ହେଡଲାଇନସ୍:

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ :  ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ 3 ଜଣ ଙ୍କୁ ଧରିଲା ସମ୍ବଲପୁର ଜିଲ୍ଲା ର ନାକଟିଦେଉଳ ପୋଲିସ। ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲାର ଦୁଃଶାସନ ସାହୁ,ଅନୁଗୁଳ ର ସୁମନ ସାହୁ ଓ ତ୍ରିଲୋଚନ ସାହୁ। ଆଜି ସକାଳ ପ୍ରାୟ 9 ଟା ସମୟ ରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏହି 3 ଅଭିଯୁକ୍ତ ସନ୍ଦେହଜନକ ଅବସ୍ଥାରେ ଚରଦାପୋସି ଗାଁ ର ଦହିବାବା ମଠ ନିକଟରେ ଛିଡା ହୋଇଥିବା ବେଳେ ପୋଲିସ ଧରିଛି ବୋଲି ସମ୍ବଲପୁର ଏସ ପି ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଗଞ୍ଜେଇ ସବୁ ଫୁଲବାଣୀ ରୁ କିଣା ଯାଇଥିବା ପୋଲିସ ସୂଚନା ଦେଇଛି।ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

0
0
0
s2sdefault