ହେଡଲାଇନସ୍:

କଟକଣା ଯୁକ୍ତ ରଥଯାତ୍ରା ଦାବୀ : ଓଡିଆ ଜାଗରଣ ମଂଚ ପକ୍ଷରୁ ଧାରଣା ଓ ଦାବୀପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-ଓଡ଼ିଶା ସରକାର ପୁରୀ ରଥଯାତ୍ରାକୁ ଅନୁମତି ଦେଇଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସହ ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନର ରଥଯାତ୍ରାକୁ କୋଭିଡ କଟକଣା ପାଇଁ ଚଳିତ ବର୍ଷ ବନ୍ଦ ରଖିଥିବାରୁ ୨ୟ ଶ୍ରୀକ୍ଷେତ୍ର ବାରିପଦାରେ କଟକଣା ଯୁକ୍ତ ରଥଯାତ୍ରା କରାଇବା ଏବଂ ରଥ ନିର୍ମାଣ କାର୍ଯକୁ ଜାରି ରଖାଯିବା ଦାବୀରେ ଜୁନ ୨୩ ପୂର୍ବାହ୍ନ ୯ରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଜିଲ୍ଲା ଅଗ୍ରଣୀ ଭାଷା ସାହିତ୍ୟ ଅନୁଷ୍ଠାନ ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚର ପ୍ରତିଷ୍ଠାତା  ସମ୍ପାଦକ ଶରଚ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଧାରଣା ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ  ଏସଆରସିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ବରିଷ୍ଠ  ସଦସ୍ୟ ଜ୍ଞାନ ରଞ୍ଜନ ତ୍ରିପାଠୀ, ନରେନ୍ଦ୍ର ମୋହନ ସେନାପତି, ପିତାମ୍ବର ମଲ୍ଲିକ, ଉଦୟ ନାଥ ଜେନା ପ୍ରମୁଖ ପ୍ଲେ-କାର୍ଡ ଧରି ଧାରଣାରେ ବସିଥିବା ବେଳେ, ସଦସ୍ୟ ସଞ୍ଜୀବ ସାହୁ, ରମାକାନ୍ତ ରାଉତ, ଦିଲ୍ଲିପ କୁମାର ପାତ୍ର, ଅସୀତ କୁମାର ଦାସ, ଆଇନଜୀବୀ ଲୋକନାଥ ଦାସ, ଅବନୀ କୁମାର ଷଡଙ୍ଗୀ, ବିଜୟ ଦାସ  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଧାରଣା ୫ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି । 

 ୧୫୬୮ ମସିହାରୁ ୧୩ ବର୍ଷ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ କଳାପାହାଡର ଆକ୍ରମଣ ଫଳରେ ରଥଯାତ୍ରା ବନ୍ଦ ରହିଥିଲା । ପୁରୀ ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହମାନଙ୍କୁ ନେଇ ଗୁପ୍ତରେ ପାତାଳିକରି ରଖା ଯାଇଥିଲା । ସେତେବେଳେ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ସେହି ୧୫୬୮ ମସିହାରୁ ବାରିପଦାରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯୁଦ୍ଧ୍ୟ କାଳୀନ ଭିତ୍ତିରେ ୧୫୭୫ ମସିହାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରି ରଥଯାତ୍ରା ଆରମ୍ଭ କରିଥିଲେ । ସେତେବେଳେ ମୋଗଲମାନଙ୍କର ପ୍ରଭାବରେ କେହି ହିନ୍ଦୁରାଜା ଜଗନ୍ନାଥ ମନ୍ଦିର ନିର୍ମାଣ ବା ରଥଯାତ୍ରା ଆୟୋଜନ କରିବାକୁ ସାହସ କରି ନଥିବା ବେଳେ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ନିଜେ ଓ ନିଜ କରଦ ରାଜ୍ୟର ରାଜା ତଥା ସେନା ବାହିନୀର ସୁରକ୍ଷା ବଳୟ ଭିତରେ ୨ୟ ଶ୍ରୀକ୍ଷେତ୍ର ବାରିପଦାଠାରେ ରଥଯାତ୍ରା ସମ୍ପାଦନ କରାଇ ଥିଲେ । ଶ୍ରୀକ୍ଷେତ୍ର ପୁରୀରେ ଅନେକ ବାର ରଥଯାତ୍ରା ବନ୍ଦ ହୋଇଥିବାର ଐତିହାସିକ ପ୍ରମାଣ ରହିଥିବା ବେଳେ ୨ୟ ଶ୍ରୀକ୍ଷେତ୍ର ବାରିପଦାରେ  ୧୫୭୫ ମସିହାରୁ ଅଦ୍ୟାବଧି ନିରବଚ୍ଛିନ ଭାବେ ରଥଯାତ୍ରା ଅନୁଷ୍ଠିତ  ହୋଇ ଆସୁଥିବା ସହିତ ଏଠାକାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ ଏଠାରେ ଦେବୀ ସୁଭଦ୍ରାଙ୍କୁ କେବଳ ମହିଳା ମାନେ ଟାଣିଆସୁନ୍ତି । ଏଣୁ ୨ୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରାର ବିଶେଷତ୍ୱ ରହିଥିବାରୁ ସରକାର ବାରିପଦାରେ କଟକଣା ଯୁକ୍ତ ରଥଯାତ୍ରାର ଅନୁମତି ଦେବା ପାଇଁ ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ବାବୀ କରାଯାଇଛି । 

0
0
0
s2sdefault