ହେଡଲାଇନସ୍:

ଆନ୍ତର୍ଜାତୀୟ ଅଲମ୍ପିକ ଦିବସରେ ସମସ୍ତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ଆନ୍ତର୍ଜାତୀୟ ଅଲମ୍ପିକ ଦିବସ ଉପଲକ୍ଷେ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି,  କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସମସ୍ତ କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  I  ମନ୍ତୀ ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ଅଲମ୍ପିକ କେବଳ ଏକ କ୍ରୀଡା ନୁହେଁ ଏହା ଦେଶ ଦେଶ ମଧ୍ୟରେ ବନ୍ଧୁତା ଓ ମୈତ୍ରୀ ଭାବ ସୃଷ୍ଟି କରିବାର ଏକ ବଳିଷ୍ଠ ମାର୍ଗ I ଉନ୍ନତ ଖେଳ ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱରେ ନିଜର ତଥା ନିଜ ଦେଶର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ଦକ୍ଷତା କେବଳ ଜଣେ କ୍ରୀଡାବିତ୍ ନିକଟରେ ସମ୍ଭବପର I    ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ କ୍ରୀଡାକୁ ଯେଉଁଭଳି ଭାବେ ଅଗ୍ରାଧିକାର ଦିଆଯାଇଛି ତାହା ପୂର୍ବରୁ କେବେ ସମ୍ଭବ ହୋଇନଥିଲା I ତୃଣମୂଳ ସ୍ତରରୁ ଖେଳାଳି ଚୟନ ଠାରୁ ଆରମ୍ଭ କରି ହାଇ ପରଫରମାନ୍ସ ସେଣ୍ଟର ଜରିଆରେ ଉନ୍ନତ ତାଲିମ ପ୍ରଦାନ କରି ଆମେ ସର୍ବଦା ଭଲ ଖେଳାଳି ସୃଷ୍ଟି ଲାଗି ଚେଷ୍ଟା ଜାରି ରଖିଛି I ତେଣୁ ଆଜିର ଦିନରେ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳି ଓ ଯେଉଁମାନେ ଅଲମ୍ପିକ ଲାଗି ପ୍ରସ୍ତୁତି ହେଉଛନ୍ତି ସେ ସମସ୍ତଙ୍କୁ ମୁଁ  ଶୁଭେଚ୍ଛା ଜଣାଉଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବାର୍ତ୍ତାରେ ଜଣାଇଛନ୍ତି I ଏଥି ସହିତ ନୂଆକରି କ୍ରୀଡା ଆରମ୍ଭ କରୁଥିବା ସମସ୍ତ କ୍ରୀଡ଼ାବିତ ଏବେଠୁ ଅଲମ୍ପିକରେ ଭଲ ଖେଳ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି I 

0
0
0
s2sdefault