ହେଡଲାଇନସ୍:

ଏଥର ବି  ସ୍ନାନ ମଣ୍ଡପରେ ଛେରା ପହଁରା କରିବେନି ଗଜପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ: ଗତଥର ପରି ଚଳିତଥର ମଧ୍ୟ ଛେରାପହଁରା କରିବେନି ଗଜପତି । ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ କରିବେ ସ୍ନାନ ମଣ୍ଡପରେ ଛେରାପହଁରା । ଗଜପତିଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାଇ ଗଜପତି କରିବେନି ମହାପ୍ରଭୁଙ୍କ ଛେରାପହଁରା ସେବା । କରୋନା ଦୃଷ୍ଟିରୁ ଏଭଳି ନିଷ୍ପତି ନିଆଯାଇଥିବା କାର୍ଯ୍ୟାଳୟରୁ ପ୍ରକାଶ । ତେବେ ସ୍ନାନ ମଣ୍ଡପରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ସେବକ କରିବେ ଚଳିତଥର ଛେରାପହଁରା । 

ସୂଚନାଥାଉକି, ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ଜିଲ୍ଲା ପ୍ରଶାସନ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ  ପ୍ରସ୍ତୁତି କରାଯାଇଛି । ଶ୍ରୀମନ୍ଦିର ଚାରିପଟେ ତଥା ସହରର କେତକ ସ୍ଥାନରେ ୧୪୪ ଧାରା ବୁଧବାର ରାତି ୧୦ଟାରୁ ଲାଗୁ କରାଯିବ। ସହରର ମୁଖ୍ୟ  ପ୍ରମୁଖ ପ୍ରବେଶ ପଥ ମାନଙ୍କରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରିବା ପାଇଁ ନିର୍ଦ୍ଦେଶ ରହିଛି ।

0
0
0
s2sdefault