ହେଡଲାଇନସ୍:

କୋଭିଡ଼ ନିୟମ ଉଲଙ୍ଘନ ଅଭିଯୋଗରେ ବିଶ୍ବାଲ ଢାବା ସିଲ, ପଚାଶ ହଜାର ଫାଇନ କଲେ ତହସିଲଦାର ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- କରୋନା ମହାମାରୀ ସାରା ରାଜ୍ୟକୁ ସରକାର ଲକଡାଉନ କରିଥିଲେ । କରୋନା ମହାମାରୀର ପ୍ରକୋପ ହ୍ରାସ ପାଇବାରୁ ଲୋକଙ୍କ ପେଟପାଟଣା ପାଇଁ ରାଜ୍ୟ ସରକାର ଲକଡାଉନରେ କୋହଳ କରିଛନ୍ତି । ଲୋକଙ୍କ ସୁବିଧା ଯୋଗୁଁ ରାସ୍ତା କଡ଼ରେ ଥିବା ଢାବା ତଥା ହୋଟେଲ ଗୁଡିକ କେବଲ ଖାଦ୍ୟ ପାର୍ସଲ ଆକାରରେ ଦେଇପାରିବେ । ହେଲେ କିଛି ଢାବା କୋଭିଡ଼ କଟକଣା ଫୁ କରୁ ଲୋକଙ୍କୁ ବସାଇ ଖାଇବାକୁ ଦେଉଥିବା ଦେଖିବାକୁ ମିଲୁଛି । ମେଲଛାମୁଣ୍ଡା ଥାନା ଦିପ୍ତିପୁର ମେଲଛାମୁଣ୍ଡା ରାସ୍ତା କଡ଼ରେ ଥିବା ବିଶ୍ବାଲ ଢାବା କୋଭିଡ଼ ନିୟମକୁ ନ ମାନି ଲୋକଙ୍କୁ ବସାଇ ଖାଇବାକୁ ଦେଉଥିବା ଖବର ପାଇ ପଦ୍ମପୁର ତହସିଲଦାର ସଞ୍ଜନ ସେଠ ଓ ମେଲଛାମୁଣ୍ଡା ଥାନାଅଧିକାରୀ ସ୍ବପ୍ନାରାଣୀ ଗୋଛାୟତ ଚଢାଉ କରିଥିଲେ ଏବଂ ବିଶ୍ବାଲ ଢାବାକୁ ସିଲ କରିବା ସହିତ ପଚାଶ ହଜାର ଟଙ୍କା ଫାଇନ କରିଛନ୍ତି । ପଦ୍ମପୁର ଅଞ୍ଚଳରେ ଅନେକ ଢାବା ଏପରି କୋଭିଡ଼ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପ୍ରଶାସନ ସେ ଢାବା ଗୁଡିକରେ ମଧ୍ୟ ଧ୍ୟାନ ଦେବା ଜରୁରୀ ।

0
0
0
s2sdefault