ହେଡଲାଇନସ୍:

ବିଶ୍ୱ ଯୋଗ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଯୋଗ ବିଶ୍ୱକୁ ପୁରାତନ ଭାରତ ବର୍ଷର ଅବଦାନ । ଯୋଗ ସାଧନ ବଳରେ ପୁରାତନ କାଳର ଋଷି ମୁନି ମାନେ ନିଜର ଶରୀରକୁ ସୁସ୍ଥ ରଖିବା ସହିତ ଦୀର୍ଘ ଜୀବନ ଲାଭ କରିଥିବା ବହୁ ଉଦାହରଣ ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇ ରହିଛି । ଯୋଗ ବଳରେ ଅନେକ ରୋଗରୁ ମୁକ୍ତି ମିଳିବା ସହିତ ମାନସିକ ସ୍ଥିତ କୁ ଦୃଢ଼ତା ମିଳିଥାଏ । ଭାରତବର୍ଷରେ ପୁରାତନ କାଳରୁ ଯୋଗ ପ୍ରଚଳିତ । ଯୋଗର ଲାଭକୁ ଏବେ ସାରା ବିଶ୍ୱ ଅନୁଭବ କରିବାରେ ଲାଗିଛି । ଆଜି ବିଶ୍ୱ ଯୋଗ ଦିବସ ଅବସରରେ ପାଇକମାଲ ସରକାରୀ ଡାକ୍ତରଖାନା ପରିସରରେ ପାଇକମାଲ ଯୋଗ ସମିତିର ଅଧ୍ୟକ୍ଷ ଶ୍ରୀ ଜଗ ମୋହନ ତ୍ରିବେଦୀ ଯୋଗଗୁରୁ ଦେବେନ୍ଦ୍ର ସାହୁ ଓ ତ୍ରିଲୋଚନ ଭୋଇ , ଙ୍କର ଉଦ୍ୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା , ଏହି କାର୍ଯକ୍ରମ ରେ ପାଇକମାଲ ବଣିକ ସଙ୍ଘ ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , CRPF ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  , ଯୁବ ବ୍ୟବସାୟୀ ଶ୍ରୀ ସୁମିତଜୀ ଅଗ୍ରୱାଲ , ଶ୍ରୀ ରାମକୁମାର ଗୁପ୍ତା , ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ , ଶ୍ରୀ ସରୋଜ ସାମଲ , ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ଼ ସଥପଥୀ ପ୍ରମୁଖ ଯୋଗଦାନ କରିଥିଲେ । 

ସେହିଭଳି ଓଡ଼ିଶାର ସୁପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଯୋଗ ଶିକ୍ଷକ ଶ୍ରୀନିବାସଙ୍କର ପ୍ରତ୍ୟକ୍ଷ ତତ୍ୱବାଧାନରେ ମହାବିଦ୍ୟାଳୟ ତଥା ଡାକ୍ତରଖାନାର ସମସ୍ତ କର୍ମଚାରୀ ମାନେ ଯୋଗ କରିଥିଲେ । ଏହାପରେ ମହାବିଦ୍ୟାଳୟ ର ମିଟିଂ ହଲରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡାକ୍ତର କେ ଟି ରାଉତରାୟଙ୍କର ଅଧ୍ୟକ୍ଷତାରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ସେମିନାରରେ ଆଚାର୍ଯ୍ୟ ନାଗଦେଵ ଯଜୁର୍ବେଦୀ , ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସତ୍ୟ ଭୂଷଣ ସାହୁ , ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ଯୋଗ ଶିକ୍ଷକ ଶ୍ରୀ ଶ୍ରୀନିବାସ , ଡାକ୍ତର ସୁଶାନ୍ତ ସାହୁ , ଡାକ୍ତରଖାନାର ର ମୁଖ୍ୟ ଡାକ୍ତର ଜଗନ୍ନାଥ ନାଇଡୁ , ମହାବିଦ୍ୟାଳୟର ସମସ୍ତ ଡାକ୍ତର , କର୍ମଚାରୀ , ଉପସ୍ଥିତ ରହିଥିବା ବେଳେ କିଛି ଛାତ୍ରଛାତ୍ରୀ ଙ୍କର ଦ୍ୱାରା ଆକର୍ଷଣୀୟ ଯୋଗ ପ୍ରଦର୍ଶନ କରାଯାଇଥିଲା ।

0
0
0
s2sdefault