ହେଡଲାଇନସ୍:

"ପ୍ରଗତି" ମହିଳା ସଙ୍ଗଠନ ଆନୁକୂଲ୍ୟରେ ଭର୍ଚୁଆଲ୍ ରେ ଆନ୍ତର୍ଜାତୀୟ  ପିତୃ ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର "ପ୍ରଗତି" ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ  ପିତୃ ଦିବସ  ଭର୍ଚୁଆଲ୍ ମାଧ୍ୟମରେ ପାଳିତ ହୋଇଯାଇଛି । 

ପିତା ଆକାଶ ଠାରୁ ବଡ଼ , ହୃଦୟ ତାଙ୍କର ସାଗରଠୁ ବିଶାଳ , ମନ ତାଙ୍କ କଇଁଠୁଁ କୋମଳ ନଈ ଠୁଁ ଧୀର , ତାଙ୍କରି ତ୍ୟାଗ ସହଯୋଗ , କର୍ତ୍ତବ୍ୟ ବଳରେ ପରିବାରର ଉନ୍ନତି ପ୍ରଗତି ବିକାଶ। ଘରେ ଶାନ୍ତ ସିଂହ ରୂପୀ ବାପାର ଭୂମିକା ଅନସ୍ବୀକାର୍ଯ୍ୟ । ଆନ୍ତର୍ଜାତୀୟ ପିତୃ ଦିବସରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମନ୍ତବ୍ୟ।

 ଆଲୋଚନା ଓ କବିତା ଆସରରେ ଉଦଘଟିକା ଭାବେ ଭାବଚନ୍ଦ୍ରିକା ଦେବୀ ,ବରିଷ୍ଠ ଶିକ୍ଷୟିତ୍ରୀ(ଜୟପୁର) , ମୁଖ୍ୟ ଅତିଥି ଗୀତାଞ୍ଜଳି ଜେନା (ସିମିଳିଗୁଡ଼ା) , ମୁଖ୍ୟବକ୍ତା ଭାଗବତ ପାଢ଼ୀ , ସ୍ୱତନ୍ତ୍ର ଅତିଥି ବିନୋଦ ଚନ୍ଦ୍ର ଜେନା , ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ , ସଭାନେତ୍ରୀ ସୁଶ୍ରୀ ଡି. ପ୍ରିୟଙ୍କା ଯୋଗଦାନ କରି ଆଜି ଦିନର ତାତ୍ୱର୍ଯ୍ୟ ବୁଝିଇଥିଲେ। 

କୁନି କଣ୍ଠ ଶିଳ୍ପୀ ହର୍ଷିତା ପଟ୍ଟନାୟକ ବାପାଙ୍କ ଉପରେ ଏକ ସୁ ମଧୁର ସଙ୍ଗୀତ ଗାନ ପରେ ମହାମାରୀ କୋଭିଡ୍ ରେ ଦିବଙ୍ଗତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। 

ମମତା ପାଢ଼ୀ ଉଦଯାପନୀ ସଙ୍ଗୀତ ଗାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। 

ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ। ଏଥିରେ ୫୦ରୁ ଉର୍ଦ୍ଧ୍ବ ଆଲୋଚକ କବି ଯୋଗଦାନ କରିଥିଲେ।ଏହି ଭର୍ଚୁଆଲ୍ ସମାବେଶରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ  କୋରାପୁଟ, ଭୁବନେଶ୍ୱର , ଜୟପୁର , ହାଇଦ୍ରାବାଦ , କଟକ , ସିମିଳିଗୁଡ଼ା , ମୟୁରଭଞ୍ଜ ପ୍ରଭୃତି ଜିଲ୍ଲା ମାନଙ୍କରୁ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରୁଥିଲେ।

କାର୍ଯକ୍ରମ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ପ୍ରଗତିର  ସମ୍ପାଦିକା ତନୁଜା ଶତପଥୀ ସମସ୍ତ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

0
0
0
s2sdefault