ହେଡଲାଇନସ୍:

ଯୌତୁକ ଜୁଇରେ ରିଜା, ସ୍ୱାମୀ,ଦିଅର ଓ ଶ୍ବଶୁର ଅଟକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଯୌତୁକ ନିର୍ଯ୍ୟାତନା ଅସହ୍ୟ ହେବାରୁ ତିନିବର୍ଷ ପୂର୍ବେ ବିବାହ କରିଥିବା ରିଜା ସାହୁ ଜୁନ ୧୯ ତାରିଖ ରାତ୍ରରେ କୀଟନାଶକ ବିଷପାନ କରି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ବୁଗୁଡା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ପଦ୍ମନାଭ ସାହୁଙ୍କ ବଡ ପୁଅ ଗୋପାଳ ଚନ୍ଦ୍ର ସାହୁ ତିନି ବର୍ଷ ପୂର୍ବେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗ୍ରାମାର ଅରୁଣ ସାହୁଙ୍କ ତୃତୀୟ ଝିଅ ରିଜା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ରିଜା ଓ ଗୋପାଳଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ରିଜା ବର୍ତ୍ତମାନ ଗର୍ଭବତୀ ଥିଲେ। ରିଜାଙ୍କ ପିତା ଅରୁଣ ସାହୁ ଓ ମାତା ଜ୍ୟୋତ୍ସ୍ନାରାଣୀ ସାହୁ ଉଭୟେ ବିବାହ ପୂର୍ବରୁ ପ୍ରକାଶ କରଥିଲେଯେ ସେମାନଙ୍କ ପାଞ୍ଚଟି ଝିଅ ଥିବାବେଳେ ସେମାନେ ଗରିବ ପରିବାର ଅଟନ୍ତି, ଅଧିକ ଯୌତୁକ ଦେଇ ପାରିବେ ନାହିଁ। ଏଥିରେ ବରଘର ପରିବାର ରାଜି ହେବା ସହ ବିବାହ ଅନୁଷ୍ଠିତ ହୋଇଥିଲା। ମାତ୍ର ବିବାହ ପରେ ଯୌତୁକ ପାଇଁ ରିଜାଙ୍କୁ ସ୍ୱାମୀ ଓ ଶାଶୁ ମାନସିକ ଓ ଦୈହିକ ନିର୍ଯ୍ୟାତନା ଦେବାରେ ଲାଗିଲେ। ଫଳରେ ଯନ୍ତ୍ରଣା ଅସହ୍ୟ ହେବାରୁ ରିଜା ନିଜର ଏକ ବର୍ଷ ଆଠ ମାସର ଝିଅକୁ ଛାଡି ବାପା ଘରକୁ ଚାଲିଯାଇଥିଲେ।ଜୁନ ୨ ତାରିଖ ଦିନ ରିଜାଙ୍କ ଶ୍ୱଶୁର, ସ୍ୱାମୀ ଓ ଦିଅର ଜରଡ଼ ଯାଇଥିଲେ। ଜରଡ଼ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତ ରେ ଜରଡ଼ ଗ୍ରାମରେ ଥିବା ରିଜାଙ୍କ ନିକଟରେ ଝିଅକୁ ଛାଡିବେ ଓ ରିଜାଙ୍କ ସ୍ୱାମୀ ଗୋପାଳ କିଛିଦିନ ଜରଡ଼ ଆସି ମିଳାମିଶା କରି ଗଲେ ଝିଅକୁ ଶାଶୁ ଘରକୁ ପଠାଇ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ରିଜାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ସାହୁ ଜୁନ ୧୦ ତାରିଖ ଦିନ ଶାଶୁ ଘରକୁ ଫୋନ କରି  କହିଲେ ସେ କାମ କରିବାକୁ ସୁରାଟ ଚାଲିଯବେ, ସେଥିପାଇଁ ଟିକେଟ କରିସାରିଛିନ୍ତି କହି ଟିକେଟର ଫୋଟ ମଧ୍ୟ ପଠାଇ ଥିଲେ। ଏଥିରେ ରିଜା ଓ ତାଙ୍କ ବାପା, ମାଆ ରାଜି ହୋଇ ଥିଲେ। ଜୁନ ୧୮ ତାରିଖ ଦିନ ଗୋପାଳ ଜରଡ଼ ଯାଇ ନିଜ ପତ୍ନୀ ରିଜାଙ୍କୁ ଧରି ସନ୍ଧ୍ୟାରେ ନିଜ ଗ୍ରାମ ମାଣିକପୁର ଆସିଥିଲେ।ଜୁନ ୧୯ ତାରିଖ ଦିନ ରିଜାର ମାଆ ଫୋନ କରିଥିଲେ । ସେ ବାହାରେ ଅଛନ୍ତି ଘରକୁ ଗଲେ ଫୋନ କରିବି କହି ଗୋପାଳ ଆଉ ଫୋନ କଲେନାହିଁ କି ରିଜାଙ୍କ ମାଆଙ୍କ ଫୋନ କଲ ରିସିଭ କଲେନାହିଁ। ଜୁନ ୨୦ ତାରିଖ ସକାଳେ ରିଜା ବିଷପାନ କରି ମୃତ୍ୟୁ ବରଣ କରିଥିବା ନେଇ ଗୋପାଳ ଚନ୍ଦ୍ର ସାହୁ ଫୋନ କରି ଜଣାଇଥିଲେ ବୋଲି ଅଭିଯୋଗ କରିବା ସହ ଯୌତୁକ ନିର୍ଯ୍ୟାତନା ପାଇଁ ଝିଅର ମୃତ୍ୟୁ ଘଟିଥିବା ନେଇ ରିଜାଙ୍କ ମାଆ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଏନେଇ ବାଲିପଦର ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମୃତ୍ୟୁ ବରଣ କରିଥିବା ରିଜାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ସାହୁ ଏବଂ ଶ୍ବଶୁର ଓ ଦିଅରଙ୍କୁ ଅଟକ ରଖି ଅନୁସନ୍ଧାନ ଜାରି କରିଛନ୍ତି। ରିଜାଙ୍କ ଶ୍ବଶୁର ଘରୁ ଏକ ଚିରା ହୋଇଥିବା କୀଟନାଶକ ଔଷଧ ପ୍ୟାକେଟ ଜବତ ହୋଇଥିବା ବେଳେ ବୁଗୁଡା ଥାନା କେଶ ନଂ ୩୦୩/ ୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

0
0
0
s2sdefault