ହେଡଲାଇନସ୍:

ବିଜେପି ସରକାର ହେଲେ ଝାରସୁଗୁଡାରେ ପାଉଁଶ ସମସ୍ୟା ଦୂର ହେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡାର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

  1. • ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷ ଧରି ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି

  2. • ପାନୀୟ ଜଳ, ଜଳସେଚନ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସମସ୍ୟା ଦୋହରାଇଲେ କେନ୍ଦ୍ରମନ୍ତ୍ରୀ

  3. • ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

  4. • କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେୱଲେ କିରିମିରା ବ୍ଲକର ପୂର୍ବତନ ଚେୟାରମ୍ୟାନ ତେଜରାଜ ସାହୁ, ତାଙ୍କ ଧର୍ମପତ୍ନୀ କିରିମିରା ବ୍ଲକର ଚେୟାରମ୍ୟାନ କୃଷ୍ଣପ୍ରିୟା ସାହୁ

ଝାରସୁଗୁଡା, ମଇ ୬ – ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କୁ ଅନେକ ସ୍ୱପ୍ନ ଦେଖାଇ ଆସୁଛନ୍ତି । ସାଧାରଣ ଜନତାଙ୍କୁ ପିଇବା ପାଇଁ ପାଣି ଦେଇ ପାରୁନାହାନ୍ତି । ଜଳସେଚନର ସୁବିଧା ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ଯୁବକଙ୍କୁ ଚାକିରି ନାହିଁ । ଲିଭି ଆସୁଥିବା ଦୀପ ଜୋରରେ ଜଳେ ବୋଲି ସୋମବାର ଝାରସୁଗୁଡାରେ ଆୟୋଜିତ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏକ ରିମୋଟ ସାଙ୍ଗରେ ଠିଆ ହେଉଛି । ସେ ଗୋଟିଏ ଶବ୍ଦ କହିଲେ ତାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଶାସକ ଦଳ ପ୍ରଶ୍ନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ତାହାର ଉତ୍ତର ଦେଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବ ଏବଂ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା ଲୋକ ହେବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି । ହେଲେ ରାଜ୍ୟରେ ସରକାର କିଏ ଚଲାଉଛି, ତାହା ଶାସକ ଦଳର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ?

Imageଝାରସୁଗୁଡା ଭଳି ଶିଳ୍ପାଞ୍ଚଳରେ ଅନେକ କାରଖାନା ସମୂହ ଗଢ଼ି ଉଠିଛି । ଶିଳ୍ପ ଅନୁଷ୍ଠାନ ଥିଲେ ମଧ୍ୟ ନିରବଦ୍ରଷ୍ଟା ରାଜ୍ୟ ସରକାରଙ୍କ କାରଣରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ ଏବଂ ଯୁବପିଢି ବେରୋଜଗାର ଅଛନ୍ତି । ଶିଳ୍ପାନୁଷ୍ଠାନ ଏବଂ କଳକାରଖାନାର ପ୍ରଦୂଷଣ, ବର୍ଜ୍ୟବସ୍ତୁ ଓ ନିର୍ଗତ ପାଉଁଶ ଯୋଗୁଁ ଅଂଚଳରେ ଗଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଛି । ବିଜେପି ସରକାର ଆସିଲେ ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କିରିମିରା ବ୍ଲକର ପୂର୍ବତନ ଚେୟାରମ୍ୟାନ ତେଜରାଜ ସାହୁ, ତାଙ୍କ ଧର୍ମପତ୍ନୀ ତଥା କିରିମିରା ବ୍ଲକର ଚେୟାରମ୍ୟାନ କୃଷ୍ଣପ୍ରିୟା ସାହୁ ଏବଂ ଅନେକ ସମର୍ଥକମାନେ ଦଳରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସଂଗ୍ରାମରେ ସହଯୋଗୀ ଭୂମିକାର ଦାୟିତ୍ୱ ନିର୍ବାହ କରିବା ପାଇଁ ଦଳରେ ମିଶିଥିବାରୁ ଶ୍ରୀ ପ୍ରଧାନ ସମସ୍ତ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ମିଶ୍ରଣ ପର୍ବରେ ବରଗଡ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault