ହେଡଲାଇନସ୍:

ରାସ୍ତା ନାହିଁ ତ ଭୋଟ ଦେବୁନି : ପୋଷ୍ଟର ବ୍ୟାନର ମାରିଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତେନ୍ତୁଳୀଖୁଣ୍ଟି ବ୍ଲକ ((ଶାସକ ପ୍ରଶାସକ/କୃପାନିଧିଙ୍କ ରିପୋର୍ଟ): ନବାରବଗପୁର ତେନ୍ତୁଳୀଖୁଣ୍ଟି ବ୍ଲକ ଲମିତା ଗୁଡା ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗୁଡା ଗ୍ରାମ ଆଜି ତା 5 5 2024ରିଖ ଖୁଣ୍ଟିଆଗୁଡା ଗ୍ରାମବାସି ବ୍ୟାନର ମାଧ୍ୟମ ରେ ବହୁତ ଗୁଡିଏ ସ୍ଥାନରେ ପୋଷ୍ଟର ମାରି ନିଜ଼ର ଅଭିଯୋଗ ଉପସ୍ଥାନ କରିଛନ୍ତି | ସେମାନେ କହିବା ଅନୁଯାୟୀ ପ୍ରାୟ 60 ପରିବାର ବୁଡି ଅଂଚଳ ବାସି ଏହି ଗ୍ରାମବାସି ସହ ମିଶି ଚଳୁଛନ୍ତି | ଏହି ମାନଙ୍କୁ ପ୍ରକଳ୍ପ ଅଧିକାରି ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ବିଜୁଳି, ମୌଳିକ ଅଧିକାର ଗୁଡିକ ଯୋଗଇଦେବା ନିୟମ ଅଛି | କିନ୍ତୁ ସମସ୍ତ ସୁବିଧା ପାଇବା ତ ଦୂରର କଥା,ଏମାନେ ପକା ରାସ୍ତା ପାଇଁ ଜିଲ୍ଲାପାଳ ଅଭି ଯୋଗ ପ୍ରକୋଷ୍ଠରେ 10ରୁ 15ଥର ରାସ୍ତା ର ଉନ୍ନତି ପାଇଁ ଅଭି ଯୋଗ ଦାଖଲ ସହ ପ୍ରାୟ ସମସ୍ତ ରାଜ ନେତା ମାନଙ୍କୁ ରାସ୍ତା ବିଷୟରେ ଦୂର୍ଷ୍ଟି ଆକର୍ଷଣ କଲେ ସୁଦ୍ଧା ଓ ଗଣମାଧ୍ୟମରେ ବହୁତ ବାର ରାସ୍ତା ର ମରଣ ଯନ୍ତା ଦୃଶ୍ୟ ପ୍ରକାଶ ହୋଇଥିଲେ ବି ତାହାର ସୁଫଳ ମିଳୁ ନାହିଁ | ରାସ୍ତା ର ଦୂରତ୍ୱ ମାତ୍ର ତିନି କିଲୋମିଟର ମୂଖ୍ୟ ରାସ୍ତା ରୁ ଖୁଣ୍ଟିଆଗୁଡା ଖାତିଗୁଡାରୁ | ପ୍ରଶାସନର ଏପରି ଉଦାସୀନତାର ପ୍ରତି ବାଦ ସ୍ୱରୂପ " ରାସ୍ତା ନାହିଁ ତ ଭୋଟ ଦେବୁ ନାହିଁ" ପୋଷ୍ଟର ବ୍ୟାନର ମାରି ଏକ ପ୍ରତିବାଦ କାର୍ଯ୍ୟକ୍ରମମାଧ୍ୟମରେ ଗ୍ରାମବାସୀ ଜଣେଇ ଦେଇଛନ୍ତି | ଗ୍ରାମବାସି ସୁରେନ୍ଦ୍ର ମାଝୀ, ଚିଣ୍ଟୁ ହରିଜନ, ଜଗବନ୍ଧୁ ବିଶୋଇ, ରମେଶ ବିଶୋଇ, ରଞ୍ଜନ ହରିଜନ, ତିଳ ହରିଜନ ସୁଲଚନା ହରିଜନ, ଓ ବହୂ ମହିଳା 100ରୁ ଉର୍ଦ୍ଧ ଯୋଗ ଦେଇଥିଲେ |

0
0
0
s2sdefault