ହେଡଲାଇନସ୍:

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,/ ନିରୋଜ କୁମାର ମିଶ୍ର - ବର୍ତ୍ତମାନ କରୋନା କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଇକସମରା ଗ୍ରାମର ଯଶୋବନ୍ତି ଭୋଇ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଡେଲିଭରି ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ କମ୍ ଥିଲା । ଶ୍ରୀମତୀ ଭୋଇଙ୍କ ସମ୍ପର୍କିୟ ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ତୁଷୁରା ଗ୍ରାମର ଯୁବ ସଦସ୍ୟ ପ୍ରଭାତ ଗଡତ୍ୟା ରକ୍ତଦାନ କରି ଯଶୋବନ୍ତି ଭୋଇର ଜିବନ ବଞ୍ଚାଇଥିଲେ । ଏଥିରେ ଶ୍ରୀମତୀ ଭୋଇ ଓ ତାଙ୍କ ସମ୍ପର୍କିୟ ଜିଲ୍ଲା ଯୁବ କୁଲୁତା ସମାଜକୁ ଭୁୟଂସି ପ୍ରଶଂସା କରିଥିଲେ ।

0
0
0
s2sdefault