ହେଡଲାଇନସ୍:

ଦୁର୍ବିପାକ ଉପରେ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବାତ୍ୟା, ବନ୍ୟା ଓ କୋଭିଡ ମହାମାରୀ ଭଳି ଦୈବୀ ଦୁର୍ବିପାକ ଉପରେ ରାଜନୀତି କରାଯିବା ଉଚିତ ନୁହେଁ କି ବିଜୁ ଜନତା ଦଳ ଏଥିରେ ଆଦୌ ବିଶ୍ୱାସ କରେନାହିଁ । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଓଡିଶା ବିଜେପିର ବିଧାୟକମାନେ କୋଭିଡ ମହାମାରୀକୁ ନେଇ ଯେଭଳି ନିମ୍ନମାନର ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । 

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଆମେ ଆଶା କରିଥିଲୁ ବିଧାୟକ ଶ୍ରୀ ମୋହନ ମାଝି ତାଙ୍କ ବକ୍ତବ୍ୟରେ ଆଜି ଓଡ଼ିଶାର କୋଭିଡ ଯୋଦ୍ଧାଙ୍କୁ ସେମାନଙ୍କର କଠିନ ପରିଶ୍ରମ, ତ୍ୟାଗ ଓ ବଳିଦାନ ପାଇଁ ସାଧୁବାଦ ଜଣାଇବେ । ହେଲେ ସେ ସେଭଳି କିଛି କଲେ ନାହିଁ । 

ସଫଳ କୋଭିଡ ପରିଚାଳନା ପାଇଁ ଓଡିଶା ସବୁ ମହଲରେ ପ୍ରଶଂସିତ ହେଉଛି ବୋଲି ଶ୍ରୀ ମାଝୀ ଭଲ ଭାବରେ ଜାଣିଛନ୍ତି । ହେଲେ ଏଭଳି ସମୟରେ ରାଜନୀତି କରିବା ପାଇଁ ଜାଣିଶୁଣି ଏହାକୁ ଅଣଦେଖା କରୁଛନ୍ତି । କୋଭିଡ ପରିଚାଳନାରେ ଓଡିଶା ଭାରତ ବର୍ଷର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠତା  ପ୍ରଦର୍ଶନ କରୁଥିବାବେଳେ ବିଜେପି କିନ୍ତୁ କୋଭିଡ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

କରୋନା ଭଳି ବିଶ୍ୱ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଥିବା ବିଜେପିକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ ଏବଂ ଉଚିତ ସମୟରେ ଏହାର ଠିକଣା ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।

0
0
0
s2sdefault