ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୋହନା ବାରିକ ସମାଜର ଦାବିପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବାରିକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୋହନା ତହସିଲଦାର ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ଉଭୟ ଅଧିକାରୀଙ୍କ  ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଜିପିଇଓ ନରସିଂହ ମଣ୍ଡାଙ୍ଗୀ ଏହି ଦାବିପତ୍ର ଗ୍ରହଣ କରିବା ସହ ଅତିଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି କହିଛନ୍ତି । 

ବିଶେଷ କରି ଗତ ମାର୍ଚ୍ଚ ୨୦୨୦ରୁ କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଲକ୍ ଡାଉନ୍ ଜାରି ରହିଛି ।ଏହି ପରିସ୍ଥିତିରେ ବାରିକ ସମାଜର ଜୀବନ ଜୀବିକା ସେଲୁନ ଦୋକାନ ମଧ୍ୟ ଗତ ଦେଢ଼ ବର୍ଷ ହେଲା ବନ୍ଦ ରହିଛି । ସରକାରଙ୍କ ସବୁ କଟକଣାକୁ ମାନିଛନ୍ତି ବାରିକ ସମାଜ । ଦୋକାନ ବନ୍ଦ ଯୋଗୁଁ ଆର୍ଥିକ ଅନାଟନରେ ଗତି କରୁଛନ୍ତି ଶହ ଶହ ବାରିକ ପରିବାର । ବିଭିନ୍ନ ସମୟରେ ସରକାର ଲକ୍ ଡାଉନ୍ କୋହଳ କରି ବିଭିନ୍ନ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

କିନ୍ତୁ ବାରିକ ସମାଜର ଆଧାର ସେଲୁନ ଦୋକାନ ଖୋଲିବାକୁ କେବେବି ନିର୍ଦ୍ଦେଶ ଦିଆଯାଇନାହିଁ । ଫଳରେ ରୋଜଗାର ହରାଇ ଶହ ଶହ ବାରିକ ପରିବାର ଋଣ ଭାରରେ ବୁଡି ରହିଛନ୍ତି । ସେଲୁନ ଦୋକାନ ବନ୍ଦ ଯୋଗୁଁ ଲୋକେ ନିଜେ ନିଜର ଚୁଟି, ଦାଢ଼ି କାଟିବା ପାଇଁ ବିକଳ୍ପ ବ୍ୟବସ୍ତା ଗ୍ରହଣ କରିଛନ୍ତି । ଯଦି ସରକାର ବାରିକ ପରିବାର ପ୍ରତି ଦୃଷ୍ଟି ନଦେବେ ତାହେଲେ ସବୁଦିନ ପାଇଁ  ବାରିକ ସମାଜ ଜୀବିକା ହରାଇବା ଆଶଙ୍କାରେ ରହିଛନ୍ତି । ପୂର୍ବରୁ ବାରିକ ସମାଜ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ ଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା ତାଙ୍କର ଏହି ଅଧିକାରକୁ କାଟିଦିଆଯାଇଛି । ଫଳରେ ସରକାରଙ୍କ ବିଭିନ୍ନ ସହାୟତାରୁ ବଞ୍ଚିତ ହୋଇଛନ୍ତି ବାରିକ ସମାଜ । 

ସେଲୁନ ବନ୍ଦ ପରେ ବାରିକମାନେ ଜୀବିକା ହରାଇ ଘରେ ବସିଛନ୍ତି।ଏଣୁ ସରକାର ଏହି କରୋନା କଟକଣା ମଧ୍ୟରେ ସେଲୁନ ଖୋଲିବାକୁ ଅନୁମତି ଦିଅନ୍ତୁ । ନତୁବା ବାରିକ ସମାଜ ପାଇଁ କିଛି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି ।

0
0
0
s2sdefault