ହେଡଲାଇନସ୍:

ଭିତ୍ତିପ୍ରସ୍ଥର ସ୍ଥାପନ ସମାରୋହକୁ ବୟକଟ କଲା ବିଜେପି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବାରିପଦା, (ଦିଲ୍ଲୀପ ମହାନ୍ତି )-: ଜୁନ ୧୮ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଜିଲ୍ଲାରେ ଦୁଇ ଅକ୍ସୀଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ଥର କାର୍ଯ୍ୟକ୍ରମ ଭାରଚ୍ୟୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଜେପି ପକ୍ଷରୁ ବୟକଟ କରାଯାଇଛି ।

କେନ୍ଦ୍ର ପଇସା ଦେଉଛି। ଆଉ ଉକ୍ତ ଅର୍ଥରେ ରାଜ୍ୟ ସରକାର ନିଜର ପତିଆରା ବଢାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ବାରିପଦାରେ ହେଉଥିବା ଅକ୍ସୀଜେନ ପ୍ଲାଣ୍ଟ ସ୍ଥାପନ ଭିତ୍ତିପ୍ରସ୍ଥର ସମାରୋହକୁ ସ୍ଥାନୀୟ ବିଧାୟକଙ୍କୁ ନୀତିଗତ ଭାବେ ନିମନ୍ତ୍ରଣ କରାଯାଇନାହିଁ। ପ୍ଲାଣ୍ଟ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ମଧ୍ୟ ସ୍ଥାନୀୟ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ନାମ ମଧ୍ୟ ନାହିଁ। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ବାରିପଦା ବିଧାୟକ ତଥା ବିଜେପି ନେତା ପ୍ରକାଶ ସୋରେନ। ବାରିପଦାର ପିଆରଏମ ମେଡିକାଲ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ପରିଷଦ ସଭାପତି ଏଵଂ ଜିଲ୍ଲାର ଅନ୍ୟ ବିଜେପି ବିଧାୟକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ। ଏହା ଅତ୍ୟନ୍ତ ଦୁଃଖ ର ବିଷୟ ବୋଲି କହିଛନ୍ତି ବିଧାୟକ ପ୍ରକାଶ ସୋରେନ। ଏପରି କରି ଅକ୍ସୀଜେନ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟକ୍ରମ କୁ ବିଜେଡି ରାଜନୀତିକରଣ କରାଯାଉଥିବା ଶ୍ରୀ ସୋରେନ ଅଭିଯୋଗ କରିଛନ୍ତି। ଅକ୍ସୀଜେନ ପ୍ଲାଣ୍ଟ ପାଇଁ ଆସିଥିବା ଅର୍ଥ ସମସ୍ତଙ୍କର। ଏହାକୁ ନେଇ ବିଜେଡି କରୁଥିବା ରାଜନୀତି କୁ ଆଦୌ ବରଦାସ୍ତ କରାଯିବ ନାହିଁ। ସେହିପରି ପ୍ରଥମେ ଜିଲ୍ଲାର ଦୁଇ ବିଜେପି ବିଧାୟକ ଗଣେଶ ରାମ ସିଂଖୁଣ୍ଟିଆ ଏବଂ ସନାତନ ବିଜୁଳି ହିଁ ଜିଲ୍ଲାରେ ଅକ୍ସୀଜେନ ପ୍ଲାଣ୍ଟ ସ୍ଥାପନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ତେଣୁ ବିଜେପି ବିଧାୟକ ଙ୍କ ପକ୍ଷରୁ ପ୍ରଥମେ ଉଠିଥିବା ଦାବି ସଫଳ ହେଉଥିବା ବେଳେ ଜିଲ୍ଳା ବାହାର ନେତା ପ୍ରତାପ ଜେନାଙ୍କୁ ନିମନ୍ତ୍ରଣ କରାଯାଉଛି। ମାତ୍ର ସ୍ଥାନୀୟ ଜନପ୍ରତିନିଧିଙ୍କୁ ଡ଼କାନଯିବା ନିନ୍ଦନୀୟ । ଏଥିସହିତ ମୟୁରଭଞ୍ଜ ଜିଲ୍ଲାପ୍ରଶାନ ପକ୍ଷରୁ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି  । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ପ୍ରକାଶ ସୋରେନ କହିଛନ୍ତି।

0
0
0
s2sdefault