ହେଡଲାଇନସ୍:

ଥାନା  ଉପରେ ଭରସା ତୁଟାଇ ଏସ.ପି ଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ଅଧ ରାତିରେ ଘର ଭିତରେ ପଶି ଅଶ୍ଳୀଳ ବ୍ୟବହାର କରିଥିଲେ ଦୁର୍ବୃତ୍ତ  । ଏ ନେଇ ପାଣିକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି  କୋରେଇ ବ୍ଲକ ଓଉପଦ। ଗ୍ରାମ ର ଅରୁଣ ରାଉତଙ୍କ ପୁଅ ବିଚିତ୍ର ରାଉତ । ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖ ରାତିରେ  କୁଆଖିଆ ଥାନା ଅନ୍ତର୍ଗତ ଆଦାମପୁର ଗ୍ରାମ ର ଅନାମ ନାୟକଙ୍କ ପୁଅ କୀର୍ତ୍ତନ , ଦିବାକର ଏବଂ ତାଙ୍କର ଆଉ ଦୁଇ ଜଣ ସହଯୋଗୀ ସହ ଏକ ପିକଅପ ଗାଡିରେ ଆସି ବିଦ୍ୟୁତ ସଂଯୋଗ କାଟିବା ପରେ ଗ୍ରୀଲ ଭାଙ୍ଗି ଘରେ ପଶି ବାପା ,ମା ଓ ଭଉଣୀକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାରଧର କରିଥିଲେ । ଘର ର ଅସବାବ ପତ୍ର ଭାଙ୍ଗିବା ସହ ୨ ଟି ଚାରି ଚକିଆ ଗାଡିକୁ ଭାଙ୍ଗି ଦେଇଥିଲେ ଏବଂ କାଠ ଆଲମୀରା ଭାଙ୍ଗି ସେଥିରେ ଥିବା ନଗଦ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ବିଚିତ୍ର ଶୋଇଥିବା ଘରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ |  କିନ୍ତୁ ଘର ଲୋକ ମ।ଡ ଖାଇ ମଧ୍ୟ ବିରୋଧ କରିଥିଲେ | ଯାହା ଫଳରେ  ଦୁର୍ବୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଏ ନେଇ ୫ ତାରିଖ ସକାଳେ ପାଣିକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପାଣିକୋଇଲି ଥାନା ଅଧିକାରୀ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ , ମାତ୍ର ପୋଲିସ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଇ ମାମଲା ରୁଜୁ ନ କରି ଶେଷରେ ୭ ତାରିଖ ରେ ଏକ ମାମଲା ୧୭୪/୨୧ ରୁଜୁ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ  | ଥାନା ଉପରେ ଭରଷା ତୁଟି ଯିବାରୁ , ବିଚିତ୍ର ବର୍ତ୍ତମାନ ଏସ.ପି ଙ୍କ ସହାୟତା ଲୋଡିଛନ୍ତି ।  ବିଚିତ୍ର ଯେତେବେଳେ  ବାହ।ରକୁ ବାହାରୁଛନ୍ତି ସେତେବେଳେ ଓଉପଦା ଗ୍ରାମ ର କାଳନ୍ଦି ବୋଇତାଇଙ୍କ ପୁଅ ଗୋପାଳ ପିଛା କରିବା ସହ ଧମକ ଦେଇ କହୁଛନ୍ତି ଯେ ଏତିକି ରେ ସରିନି ତୁ ହଣା ଖାଇବୁ । ଏବେ ବାରମ୍ବାର ଧମକ ଦେବା ଯୋଗୁ ପରିବାରର ସୁରକ୍ଷା କୁ ନେଇ ବିପଦ ଦେଖା ଦେଇଛି । ଜୀବନ ପ୍ରତି ବିପଦ ରହିଥିବାରୁ ଏସ.ପି ଙ୍କୁ ଭେଟି ନିଜର ଏବଂ ନିଜ ପରିବାର ର ସୁରକ୍ଷା ଦାବି କରିବା ସହ ଅଭିଯୁକ୍ତ ମାନଙ୍କ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  

 

0
0
0
s2sdefault