ହେଡଲାଇନସ୍:

ବଡ଼ମାଳ ପମ୍ପ ଗୃହକୁ ତାଲା ପକାଇଲେ ମହିଳା ଗୋଷ୍ଠି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଡ଼ମାଳ ଗ୍ରାମବାସୀଙ୍କୁ ଜଳର ସୁବିଧା ନିମନ୍ତେ ସରକାର ଙ୍କ ତରଫରୁ ଏକ ପମ୍ପ ଗୃହ ନିର୍ମାଣ କରି ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଥିଲା l କିନ୍ତୁ ପାଣିର ଅଭାବ ପୂରଣ ନ ହେବାରୁ ଆଜି ବଡ଼ମାଳ ୭ନମ୍ବର ୱାର୍ଡ  ଗୌଡ଼ ପଡାର ମହିଳାମାନେ ଏକତ୍ରିତ ହୋଇ ପମ୍ପ ଗୃହ ରେ ତାଲା ପକାଇଛନ୍ତି l

ମହିଳା ମାନଙ୍କ ଅଭିଯୋଗ କ୍ରମେ ଦୀର୍ଘ ୧୫ ଦିନ ହେବ ସେ ତାଙ୍କ ପଡାରେ ପାଣି ପାଇ ପାରୁନାହାନ୍ତି l ମଟର ଚାଲୁଛି ପାଣି ମଧ୍ୟ ଛଡା ଯାଉଛି ତାକୁ ତଳପଡା ବାସୀ ଅବ୍ୟବହାର କରି ଟୁଲୁ ମୋଟର ଲଗାଇ କୋଠା ଘର ତିଆରି କରିବା ପାଇଁ ବ୍ୟବହାର କରୁଛନ୍ତି l ଯାହା ଫଳରେ ଗୌଡ଼  ପଡାକୁ ପାଣି ପହଞ୍ଚି ପାରୁ ନାହିଁ l ଫଳରେ ଏହି ପଡ଼ାର ମହିଳା ମାନେ ବହୁ ଦୂରକୁ ଯାଇ ପାଣି ଆଣୁଥିବାର କହିଛନ୍ତି l ଏହିପରି ଅସୁବିଧା ଆଗରୁ ମଧ୍ୟ ଅନେକ ଥର ହୋଇଛି ଯାହା ଫଳରେ ଗ୍ରାମର ସରପଞ୍ଚ ଙ୍କ ସହ ମିଶି ମହିଳାମାନେ ଆଲୋଚନା କରିଥିଲେ l ଏବଂ ଲିଖିତ ଭାବରେ ଜଣାଇଥିବା ମଧ୍ୟ ମହିଳାମାନେ ଅଭିଯୋଗ କରିଛନ୍ତି l ମହିଳା ମାନଙ୍କ ଦାବୀ ଯେ ପାଣି କୁ ଅବ୍ୟବହାର କରାଯାଉଛି ତାକୁ ଠିକ ଭାବରେ ବ୍ୟବହାର କରାଯିବା ସହ ଜଳ ବିଭାଗ ର କର୍ମଚାରୀ ତଥା ନିର୍ବାହୀ ଯନ୍ତ୍ରୀ ଆସି ଏହାର ସମାଧାନର ନ କରିବା ପର୍ଯ୍ୟନ୍ତ ପମ୍ପ ଗୃହରେ ତାଲା ବନ୍ଦ କରାଯିବାକୁ ଗୌଡ଼ପଡ଼ା ବାସୀ ନିଷ୍ପତି ନେଇଛନ୍ତି l

0
0
0
s2sdefault