ହେଡଲାଇନସ୍:

ମାନସିଂହ ସାହିତ୍ୟ ସଂସଦର ଜୁନ ମାସର ଅନଲାଇନ କବିତା ଆସର ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଜୁନ ମାସ ୧୦ ତାରିଖ ସନ୍ଧ୍ୟା ୭ଘଣ୍ଟାରୁ ରାତ୍ରୀ ୧୦ଘଣ୍ଟା ୧୫ ମି. ପର୍ଯ୍ୟନ ଦୀର୍ଘ ତିନି ଘଣ୍ଟା ପନ୍ଦର ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଛି। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସାମ୍ୟକ ସୂଚନା ଦେଇଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ  ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସାହିତ୍ୟ ସମାଜର ପ୍ରାଣ  କହିବା ସହ ମା' , ମାଟି ଓ ଭାଷାର ଗୁରୁତ୍ୱ ଆଲୋଚନା କରିଥିଲେ ।ସୁସହିତ୍ୟିକ ତଥା ମାର୍ଗଦର୍ଶକ ଡ଼ଃ ଅଭିମନ୍ୟୁ ଜେନା କବିତା ରଚନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇ ଥିଲେ । ଉପଦେଷ୍ଟା ବନବିହାରି ପଟ୍ଟନାୟକ ସଂକ୍ଷିପ୍ତ ବକ୍ତବ୍ୟ ଆସରକୁ ଜୀବନ୍ତ କରିଥିଲା ।  ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ସମସ୍ତ ଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା କୁମୁଦିନି ଦ୍ବିବେଦୀ  (ଜଗତସିଂହପୁର)ଙ୍କ ବଳିଷ୍ଠ ସଂଯୋଜନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରରେ ବରଗଡ଼ ଜିଲ୍ଲାରୁ କବି ପ୍ରେମାନନ୍ଦ ବେହେରା, କବୟିତ୍ରୀ ଅଧ୍ୟାପିକା ମନ୍ଦାକିନୀ ପାଢ଼ୀ,  ପୁରୀ ଜିଲ୍ଲାରୁ କବି ବିଷ୍ଣୁପ୍ରସାଦ ଦଳେଇ, କବି ବନବିହାରି ପଟ୍ଟନାୟକ, କବି ବିଦ୍ୟାଧର ପ୍ରଧାନ,  କବି ଲଳିତ କୁମାର ସ୍ୱାଇଁ, କବି ବିଦ୍ୟାଧର ଦଳବେହେରା, କବି ନୃସିଂହ ପାଣିଗ୍ରାହୀ, କବି ନୃସିଂହ ନାରାୟଣ ତ୍ରିପାଠୀ, କବି ପୁର୍ଣଚନ୍ଦ୍ର ଜେନା, କବି ରାକେଶ ବାରିକ, କବି ତ୍ରିଲୋଚନ ବିଶ୍ୱାଳ,  ଅନୁଗୁଳ ଜିଲ୍ଲାରୁ କବୟିତ୍ରୀ ଶର୍ମିଷ୍ଠା ସାହୁ, କବୟିତ୍ରୀ ନନ୍ଦିନୀ ରାଉତ, କବି ହରିହର ଭୁକ୍ତା, ଖୋର୍ଦ୍ଧା ଜିଲ୍ଲାରୁ କବୟିତ୍ରୀ ଅନୁସୟା ରାଉତ, କବୟିତ୍ରୀ ସୁଲୋଚନା ବେହେରା, ଗଞ୍ଜାମ ଜିଲ୍ଲାରୁ କବୟିତ୍ରୀ ସୁଜାତାରାଣୀ ଶତପଥି, କବୟିତ୍ରୀ ଜ୍ୟୋସ୍ନାରାଣୀ ଦେବୀ, କବି ଶିବାନନ୍ଦ ବାରିକ, କବି ବଟକୃଷ୍ଣ ତ୍ରିପାଠୀ, କଟକ ଜିଲ୍ଲାରୁ କବୟିତ୍ରୀ ଡ଼ଃ ଜୟନ୍ତୀ ବାଳା ଜେନା, ନୟାଗଡ଼ ଜିଲ୍ଲାରୁ କବୟିତ୍ରୀ ନିହାରୀକା ପଣ୍ଡା, ସମ୍ବଲପୁର ଜିଲ୍ଲାରୁ  କବୟିତ୍ରୀ ଭାରତୀ ଦାଶ , ନୂଆପଡା ଜିଲ୍ଲାରୁ କବୟିତ୍ରୀ ଭାରତୀ ହୋତା, କୋରାପୁଟ ଜିଲ୍ଲାରୁ କବୟିତ୍ରୀ ଶୋଭାଗିନୀ ନନ୍ଦ , ଜଗତସିଂହପୁର ଜିଲ୍ଲାରୁ ଅଧ୍ୟାପିକା କୁମୁଦିନି ଦ୍ବିବେଦୀ, କବୟିତ୍ରୀ ସଂହିତା ଜେନା, କଳାହାଣ୍ଡି ଜିଲ୍ଲାରୁ କବୟିତ୍ରୀ କବିତାଞ୍ଜଳି ପଣ୍ଡା, ଭଦ୍ରକ ଜିଲ୍ଲାରୁ ଡ଼ଃ ରମାକାନ୍ତ ନାୟକ, ଗଜପତିରୁ କବି ବିଚିତ୍ରlନନ୍ଦ ବେବର୍ତ୍ତା, କବୟିତ୍ରୀ ଗୌରୀ ବେହେରା, ସୁନ୍ଦରଗଡ ଜିଲ୍ଲାରୁ କବୟିତ୍ରୀ ସବିତା ବସ୍ତିଆ, ବଲାଙ୍ଗୀର ଜିଲ୍ଲାରୁ କବୟିତ୍ରୀ ସ୍ୱାତୀ ସୁମନ ମହାପାତ୍ର ଏବଂ ଛତିଶଗଡ଼ରୁ କବୟିତ୍ରୀ କୃଷ୍ଣା ମିଶ୍ର ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଡ଼ଃ ଅଭିମନ୍ୟୁ ଜେନା କବିତା ଗୁଡିକୁ ସମୀକ୍ଷା କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲକଡାଉନ ସମୟରେ ଏହି ଆସର ସମସ୍ତଙ୍କ ମୁଁହରେ ହସ ଫୁଟାଇ ପାରିଥିଲା । ଅଗାମୀ ଦିନରେ ଏହି କବିତା ଆସରର ଆହୁରି ଉନ୍ନତି ହେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ହେବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଆଶା ପୋଷଣ କରିଥିଲେ ।

0
0
0
s2sdefault