ହେଡଲାଇନସ୍:

କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସ୍ଟି ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ଚାରାରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / ଶାସକ ପ୍ରଶାସକ : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସ୍ଟି ବିଭାଗ, ଭୁବନେଶ୍ୱର ଜୋନ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ଭୁବନେଶ୍ୱର ଜୋନର  ପ୍ରିନ୍ସିପାଲ କମିଶନର ବିଜୟ କୁମାର କରଙ୍କ ତତ୍ତ୍ୱାବଧାନରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଚାରା ରୋପଣର ଶୁଭାରମ୍ଭ କରି  ପ୍ରିନ୍ସିପାଲ କମିଶନର ବିଜୟ କୁମାର କର କହିଲେ ଯେ, ଆଜିର ଦିନରେ ପରିବେଶର ସୁରକ୍ଷା କରିବା ଆମ ପାଇଁ ସବୁଠୁ ବଡ଼ ଆହ୍ୱାନ । ଆଗାମୀ ଦିନରେ ବିଶ୍ୱ ସାମ୍ନା କରିବାକୁ ଯାଉଥିବା ବଡ଼ ସଙ୍କଟ ଭିତରୁ ପରିବେଶ ଅସନ୍ତୁଳିତ ଅନ୍ୟତମ । ତେଣୁ ଆମକୁ ଏବେଠୁ ସଚେତନତା ମାଧ୍ୟମରେ ଲୋକଙ୍କୁ ସତର୍କ କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ପ୍ରିନ୍ସିପାଲ କମିଶନର ବିଜୟ କୁମାର କର କର୍ମଚାରୀମାନଙ୍କୁ ଉତ୍ସାହିତ  କରିବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ  ଆହ୍ୱାନ ଦେବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡ଼ିସି ଅନୁରାଧା ମିଶ୍ର, ଗୋପାଳକୃଷ୍ଣ ପତି, କୈଳାଶ ଶର୍ମାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault