ହେଡଲାଇନସ୍:

ଆରମ୍ଭ ହେଲା ବଣିକ ସଂଘର ଅକ୍ସିଜେନ ବ୍ୟାଙ୍କ: ନରସିଂହ କଲେ ଲୋକାର୍ପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/ ନିରୋଜ ମିଶ୍ର -ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ବଣିକ ସଂଘ ଏକ ଅକ୍ସିଜେନ ବ୍ୟାଙ୍କ ଅରମ୍ଭ କରିଛି । ଏହି ବ୍ୟାଙ୍କକୁ ପ୍ରଥମେ ୧୯ଗୋଟି ସିଲିଣ୍ଡର ରୁ ଆରମ୍ଭ କରାଯାଇଥିବା ବେଳେ ଆଗକୁ ସଂଗଠନ ତରଫରୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି ସଂଘ କହିଛି । ଘରେ ରହି ଚିକିତ୍ସିତ ହେଉଥିବା ବଲାଙ୍ଗିରବାସୀ ଆବଶ୍ୟକ ସ୍ଥଳେ ବଣୀକ ସଂଘକୁ ଯୋଗାଯୋଗ କରି ଏହି ଅକ୍ସିଜେନ ସିଲିଣ୍ଡର ପାଇ ପାରିବେ ବୋଲି ସଂଘ ପ୍ରକାଶ କରିଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗିର ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଲୋକାର୍ପଣ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଅକ୍ସିଜେନ ବ୍ୟାଙ୍କକୁ ବିଧିବଦ୍ଧ ଭାବେ ଉଦଘାଟନ କରିବା ସହ ବଲାଙ୍ଗିରବାସୀଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି । ବଲାଙ୍ଗିର ରେ ପ୍ରତ୍ୟହ ଶହ ଶହ ଲୋକସଂକ୍ରମିତ ହେଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ  ଅକ୍ସିଜେନର ଅଭାବ ଲାଗି ରହିଛି । ସେହିପରି ଅଂଚଳର ରୋଗୀମାନେ ଡାକ୍ତରଖାନକୁ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ଅଭାବର ସମ୍ମୁଖୀନ ହେଉଛନ୍ତି । ଏହାକୁ ବେସରକାରୀ ସ୍ତରରେ ଦୂର କରିବା ପାଇଁ ମୁଁ ବଲାଙ୍ଗିର ବଣୀକ ସଂଘକୁ ଅନୁରୋଧ କରିଥିଲି । ଆଜି ସଂଘ ଅକ୍ସିଜେନ ବ୍ୟଙ୍କ ଆରମ୍ଭ କରିଛି ଅତିଶିଘ୍ର ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗଇଦେବା ପାଇଁ ଚେଷ୍ଟା ଜାରି ରଖିଛି । ସଂଘର ଏହି ଜନମଙ୍ଗଲକାରୀ ଉଦ୍ୟମ ପାଇଁ ମୁ ସଂଘକୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି ଶ୍ରୀ ମିଶ୍ର  ବାର୍ତ୍ତା ଦେଇଛନ୍ତି  ।  ଏହି କାଯ୍ୟକ୍ରମରେ ବଲାଙ୍ଗିର ପୌରଅଧିକାରୀ ବିପିନ ଦୀପ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ସଂଘର ଏହି ମହତ ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ମହାମାରୀ ସହ ଲଢିବାରେ ବଲାଙ୍ଗିର ସହରକୁ  ସହାୟକ ହେବ ବୋଲି କହିଛନ୍ତି । କାଯ୍ୟକ୍ରମକୁ ବଲାଙ୍ଗିର ରେଡକ୍ରସ ସୋସାଇଟିର ସଭାପତି ବିଷ୍ଣୁ କେଡିଆ ସଂଯୋଜନା କରିବା ସହ ଏହି ।ବସରରେ ବଣୀକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ସଂପାଦକ ବଲରାମ ଅଗ୍ରୱାଲ ତଥା ବିଙ୍ଗ ହ୍ୟୁମାନ ର ସଭାପତି ସୋମନାଥ ମିଶ୍ରଙ୍କୁ ମହତ ସେବା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗିର ଏକ୍ସନ କମିଟି ସଭାପତି ଗୋପାଲଜୀ ପାଣୀଗ୍ରାହୀ ସଂଘକୁ ସାଧୂବାଦ ଦେବା ସହ ମାହାମରୀ ପରିସ୍ଥିତିରେ ସମସ୍ତ ବଲାଙ୍ଗିରବାସୀ ଏକ ହୋଇ ନିଜ ଭୀତରେ ଆପସି ସହେଯାଗ ରଖିବାକୁୁ ଅହ୍ୱାନ କରଥିଲେ । ଆଜିର ଏହି ସଭାକୁ ବଣିକ ସଂଘର ସଦସ୍ୟବୃନ୍ଦ ସହେଯାଗ କରିଥିଲେ । 

0
0
0
s2sdefault