ହେଡଲାଇନସ୍:

ଜାତୀୟ ଡେଙ୍ଗୁ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ତ୍ଵାଧାନରେ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଡେଙ୍ଗୁ ରୋଗ ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା ।

ମୁଖ୍ୟତଃ ଡେଙ୍ଗୁ ଏକ ମାରାତ୍ମକ ରୋଗ , ଡେଙ୍ଗୁ ରୋଗ ନ ବ୍ୟାପିବା ପାଇଁ କଣ ସବୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ହେବ , ନିଜ ନିଜର ପରିବେଶ ଚତୁର୍ପାର୍ଶ୍ୱ କିଭଳି ସବୁବେଳେ ସଫା-ସୁତୁରା ରଖିବେ , ଖାଲଖମା ଥିଲେ ମାଟିଦ୍ୱାରା ପୋତି ଦେଇ ପାଣି ଜମିବାକୁ ଦେବେ ନାହିଁ , ଏ ସବୁ ସମେତ ଡେଙ୍ଗୁ ରୋଗରୁ ବଞ୍ଚିବା ପାଇଁ ଶୋଇବା ବେଳେ କୀଟନାଶକ ଉପଚାରିତ ମଶାରୀ ବ୍ୟବହାର କରିବା , ମଶାରୀ ଚାରିକୋଣକୁ ଦଉଡି ସାହାଯ୍ୟରେ ଠିକ୍ ଭାବରେ ବାନ୍ଧି ଟାଙ୍ଗିବା ଓ ମଶାରୀର ତଳ ଭାଗକୁ ଶେଯ ଭିତରେ ଭଲ ଭାବରେ ଖୋସି ରଖିବା , କୀଟନାଶକ ଉପଚାରିତ ମଶାରୀ ବ୍ୟବହାର କରି ସାରିଲା ପରେ ତାକୁ ଯତ୍ନର ସହିତ ଚଉତି ସଫା ସ୍ଥାନରେ ସାଇତି ରଖିବା ପ୍ରଭୃତି ଉପରେ ମାଇକ ଯୋଗେ ସଚେତନତାର ବାର୍ତ୍ତା ଦେଇଥିଲେ । 

ଏହି ଅବସରରେ ବି:ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବି:ଖଜୁରିପଦା , ବଡପଦା , ତିତିସିଂ, ଝାଲର ସିଂ ବିଭିନ୍ନ ଗ୍ରାମରେ ଡେଙ୍ଗୁ ରୋଗ ଉପରେ ସଚେତନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁନୀଲ କୁମାର ମାଝୀ , ବିପିଏମ୍  ଶ୍ରୀନିବାସ ପଟ୍ଟନାୟକ , ସୁପରଭାଇଜର ଲଳିତା ପାଣିଗ୍ରାହୀ , ସ୍ବାସ୍ଥ୍ୟକର୍ମୀ ଶ୍ରୀ ଜିତୁ କୁମାର ପ୍ରଧାନ ,   ସଂଧ୍ୟାରାଣୀ ଚୌଧୁରୀ , ଆଶାକର୍ମୀ କାଞ୍ଚନ ପାଇକ ପ୍ରମୁଖଙ୍କ ସମେତ ବହୁ ଆଶା ଓ ଅଙ୍ଗନବାଡି କର୍ମୀ , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault