ହେଡଲାଇନସ୍:

ଢାବାରେ ଚାଲିଛି ମଦ ବିକ୍ରି, ଅବକାରୀ ବିଭାଗର ଚଢ଼ାଉ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସାତ ଲିଟର ବିଦେଶୀ ମଦ ସହ ଜଣେ ଗିରଫ

ପଦ୍ମପୁର(ଶାସକପ୍ରଶାସକ)- ବର୍ତ୍ତମାନ ସମୟରେ ସାରା ରାଜ୍ୟ କରୋନା ପରି ଭୟାବହ ମହାମାରୀ ସହ ଲଢେଇ କରୁଛି । କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ସମୟରେ ରାସ୍ତା କଡ଼ରେ ଥିବା ହୋଟେଲ ଓ ଢାବା ଗୁଡ଼ିକ ଖାଇବା ପାର୍ସଲ ଦେଇ ପାରିବେ ବୋଲି ନିୟମ ରହିଛି ।ହେଲେ କିଛି ଅସାଧୁ ଢାବା ମାଲିକ ମାନେ ଚୋରା ଭାବରେ ମଦ ବିକ୍ରି କରୁଛନ୍ତି । ବରଗଡ଼ ଜିଲ୍ଲାପାଳ ଜ୍ୟୋଜିରଞ୍ଜନ ପ୍ରଧାନ ଓ ବରଗଡ଼ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗର ଏକ ଟିମ ପଦ୍ମପୁର ଗାଇସିଲାଟ ରୋଡ଼ କେଉଁଟେନବାହାଲି ନିକଟସ୍ଥ ରୟାଲ ଢାବା ଉପରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ୦୭.୦୨୦ ଲିଟର ବିଦେଶୀ ମଦ ସହ ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ସୁଶାନ୍ତ ବାରିକକୁ ଗିରଫ କରାଯାଇଛି । ଏହି ଚଢାଉରେ ପଦ୍ମପୁର ଅବକାରୀ ନିରିକ୍ଷକ କୁବେର ସେଠୀ,ଉପ ନିରିକ୍ଷକ ହେମକାନ୍ତ ସୁନା, ସହ ଉପ ନିରିକ୍ଷକ ରାଜକୁମାର ବେହେରା ଓ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ଥିଲେ ।

0
0
0
s2sdefault