ହେଡଲାଇନସ୍:

କରୋନ। ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର : ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକା ତଥା  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ  Voice of SOA Community 90.4 ରେ କାର୍ଯ୍ୟରତ Production Executive cum RJ ସବନମ ସିରିନ ଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ  ମୃତ୍ୟୁ ଘଟିଛି |  ଗତ କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିଲେ | ସଂକ୍ରମିତ ହେବାପରେ ସେ କିଛିଦିନ ସଙ୍ଗରୋଧରେ ଥିଲେ | ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ କୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଛି | ତାଙ୍କ  ସ୍ୱାମୀ  ମଧ୍ୟ କରୋନା ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଭୁବନେଶ୍ଵର AIIMS ଠାରେ ଚିକିଶ୍ଚିତ ହେଉଛନ୍ତି | ତାଙ୍କର ଗୋଟେ ଛୋଟ ଝିଅଟିଏ ଅଛି |  Microbiology ରେ M.Sc ଓ ସାମ୍ବାଦିକତା ପାଠ୍ୟକ୍ରମ  ଶେଷ କରି ସେ Kanak News, STV, ପର୍ଯ୍ୟବେକ୍ଷକ ଓଡ଼ିଆ ଦୈନିକ ଓ News7 ରେ କାର୍ଯ୍ୟ କରିଥିଲେ | ଭୁବନେଶ୍ୱର DD Odia News ରେ ଜଣେ ସାମ୍ବାଦିକ - ଉପସ୍ଥାପିକା ଭାବେ ମଧ୍ୟ ସେ ଜଣାଶୁଣା ଥିଲେ।

SOA Community ରେଡ଼ିଓରେ  ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ |  ବାଲ୍ୟ ବିବାହ  ଭଳି ଅନେକ  କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି  ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ | ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ | ତାଙ୍କ ପରଲୋକରେ ସୋଆ, ନିୟୁଜ ସେଭେନ ଓ ପ୍ରମେୟ ପରିବାର ପକ୍ଷରୁ ଅଶ୍ରୁପୁତ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରାଯାଇଛି |

0
0
0
s2sdefault