ହେଡଲାଇନସ୍:

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ:    ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ମଇ ମାସ ୧୦ ତାରିଖ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହୋଇ ସାରିଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ ଅନ୍ତରାତ୍ମାରୁ ସାହିତ୍ୟର ସୃଷ୍ଟିକୁ  ବୁଝାଇ ଥିଲେ । ଗଞ୍ଜାମର ସହିତ୍ୟଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭାଗିରଥି ବେହେରା ମୁଖ୍ୟ ଅତିଥିରୂପେ ଯୋଗଦେଇ କବିତା ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ଉପଦେଷ୍ଟା ବନବିହାରି ପଟ୍ଟନାୟକ ସଂକ୍ଷିପ୍ତ ବକ୍ତବ୍ୟ ଓ ଶ୍ରୀଯୁକ୍ତ ଉଲ୍ଲାସ ଚନ୍ଦ୍ର ଜେନାଙ୍କ ଉତ୍ସାହପୂର୍ଣ୍ଣ ଉପଦେଶ ଆସରକୁ ଜୀବନ୍ତ କରିଥିଲା ।  ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ୟେଶ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମତୀ ସ୍ୱପ୍ନା ମହାନ୍ତି  (ନବରଙ୍ଗପୁର) ଙ୍କ ବଳିଷ୍ଠ ସଂଯୋଜନାରେ ୩୦ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ଏହି ଆସରରେ ବରଗଡ଼ ଜିଲ୍ଲାରୁ କବି ପ୍ରେମାନନ୍ଦ ବେହେରା, କବୟିତ୍ରୀ ସ୍ଵର୍ଣକାନ୍ତି ପତି, କଟକ ଜିଲ୍ଲାରୁ ରବୀନ୍ଦ୍ର ବେହେରା, କବି ଅର୍ଜୁନ ଦାସ,   ପୁରୀ ଜିଲ୍ଲାରୁ କବୟିତ୍ରୀ ଶୋଭନା ପ୍ରିୟଦର୍ଶିନୀ, କବି ବିଷ୍ଣୁପ୍ରସାଦ ଦଳେଇ, କବି ବନବିହାରି ପଟ୍ଟନାୟକ, କବି ବିଦ୍ୟାଧର ପ୍ରଧାନ,  କବି ଲଳିତ କୁମାର ସ୍ୱାଇଁ, କବି ବିଦ୍ୟାଧର ଦଳବେହେରା,କବି ପ୍ରେମଚନ୍ଦ ପାତ୍ର, କବି ପୁର୍ଣଚନ୍ଦ୍ର ଜେନା, ଅନୁଗୁଳ ଜିଲ୍ଲାରୁ କବୟିତ୍ରୀ ଶର୍ମିଷ୍ଠା ସାହୁ,  ଖୋର୍ଦ୍ଧା ଜିଲ୍ଲାରୁ କବି ଶ୍ୟାମ ସୁନ୍ଦର ବେହେରା, ଗଞ୍ଜାମ ଜିଲ୍ଲାରୁ କବୟିତ୍ରୀ ସୁଜାତାରାଣୀ ଶତପଥି, କବୟିତ୍ରୀ ସୌଦାମିନୀ ମିଶ୍ର, କବୟିତ୍ରୀ ଜ୍ୟୋସ୍ନାରାଣୀ ଦେବୀ, ନବରଙ୍ଗପୁର ଜିଲ୍ଲାରୁ କବି ସନ୍ତୋଷ କୁମାର ସାହୁ, କବୟିତ୍ରୀ ସ୍ୱପ୍ନା ମହାନ୍ତି, ନୟାଗଡ଼ ଜିଲ୍ଲାରୁ କବୟିତ୍ରୀ ନିହାରୀକା ପଣ୍ଡା, କବୟିତ୍ରୀ ସବିତା ଶୁକ୍ଳା, ସମ୍ବଲପୁର ଜିଲ୍ଲାରୁ କବି ପିଙ୍କୁ ରଣବିଡ଼ା, କବୟିତ୍ରୀ ଭାରତୀ ଦାଶ, ନୂଆପଡା ଜିଲ୍ଲାରୁ କବୟିତ୍ରୀ ଭାରତୀ ହୋତା, କୋରାପୁଟ ଜିଲ୍ଲାରୁ କବୟିତ୍ରୀ ଶୋଭାଗିନୀ ନନ୍ଦ, କେନ୍ଦ୍ରାପଡାରୁ କବି କମଳାକାନ୍ତ ସୁତାର, ଯାଜପୁର ଜିଲ୍ଲାରୁ ସରୋଜ ଦାସ, ସୁନ୍ଦରଗଡ଼ର ରାଉରକେଲାରୁ କବୟିତ୍ରୀ ସବିତା ବସ୍ତିଆ, ବଲାଙ୍ଗୀର ଜିଲ୍ଲାରୁ କବୟିତ୍ରୀ ସ୍ୱାତୀ ସୁମନ ମହାପାତ୍ର ଏବଂ ଛତିଶଗଡ଼ ରାୟଗଡ଼ରୁ କବୟିତ୍ରୀ କୃଷ୍ଣା ମିଶ୍ର ଯୋଗ ଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା କବିତାଗୁଡିକୁ ସମୀକ୍ଷା କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲକ୍ ଡାଉନ ସମୟରେ ଏହି ଆସର ସମସ୍ତଙ୍କ ମୁଁହରେ ହସ ଫୁଟାଇ ପାରିଥିଲା । ଅଗାମୀ ଦିନରେ ଏହି କବିତା ଆସର ଆହୁରି ଉନ୍ନତି କରିବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଆଶା ପୋଷଣ କରିଥିଲେ ।

0
0
0
s2sdefault