ହେଡଲାଇନସ୍:

ପଦ୍ମପୁର ସହରକୁ ସାତ ଦିନ ପାଇଁ ସଟଡାଉନ କରିବାକୁ ନିଷ୍ପତ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- କରୋନା ମହାମାରୀ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଅକାରଣରେ କରୋନାର ଶିକାର ହୋଇ ଜୀବନ ହରାଉଛନ୍ତି । କରୋନା ଯୋଗୁଁ ଲୋକଙ୍କ ସୁନାର ସଂସାର ଭାଙ୍ଗି ଯାଉଛି । ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ତଥା କରୋନାର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପଦ୍ମପୁର ନାଗରିକ କମିଟି, ବଣିକ ସଙ୍ଘ, ଆଇନଜୀବୀ ସଙ୍ଘ, ମାରଓ୍ବାଡି ଯୁବାମଂଚର ସଦସ୍ୟ ମାନଙ୍କ ଏହି ବୈଠକରେ ପଦ୍ମପୁର ସହରକୁ ୨୮/୦୪/୨୦୨୧ ରୁ ୦୪/୦୫/୨୦୨୧ ପର୍ଯ୍ୟନ୍ତ ସାତ ଦିନ ପାଇଁ ସଟଡାଉନ କରିବା ପାଇଁ ସ୍ଥିରୀକୃତ ହେଲା ଓ ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଏହି ସଟଡାଉନ ସମୟରେ ସକାଳ ୬ଟା ରୁ ୯ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି ଦୋକାନ, କ୍ଷୀର ଦୋକାନ, ଫଳ ଦୋକାନ ଓ ପରିବା ଦୋକାନ ଖୋଲା ରହିବ ଏବଂ ପରିବା ବଜାର ଆରଏମସି ମାର୍କେଟ ଭିତରେ ବସିବ ବୋଲି ଧାର୍ଯ୍ୟ ହୋଇଛି ।

0
0
0
s2sdefault