ହେଡଲାଇନସ୍:

ଶ୍ରୀ ନୀଳକଣ୍ଠେଶ୍ଵର ବଣିକ ସଂଘ କାର୍ଯ୍ୟକାରୀ ସଦସ୍ୟଙ୍କ ଜରୁରୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀ ନୀଳକଣ୍ଠେଶ୍ଵର ବଣିଜ ସଂଘର ଏକ ଜରୁରୀ ବୈଠକ ରବିବାର ଦିନ ଶିବ ମନ୍ଦିର ପରିସରରେ କୋଭିଡ-୧୯ ର ନିୟମ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । 

ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ସଂଘର ଅଧପନ୍ତରିଆ ଭାବେ ରହି ଯାଇଥିବା କାର୍ଯ୍ୟାଳୟ ଗୃହ, ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଦୋକାନବଜାର ବନ୍ଦ ରଖିବା , ସଂଘର ସଭ୍ୟ ହେବାପାଇଁ ଚୁକ୍ତିନାମା ପତ୍ରରେ ସ୍ଵାକ୍ଷର କରିବା , ସମସ୍ତ ସଭ୍ୟଙ୍କୁ ଚୁକ୍ତିନାମା ପତ୍ର ବଣ୍ଟନ କରିବା , ସଂଘର ନିତୀ , ଆଦର୍ଶ ଓ ନିୟମକୁ ମାନି ସମସ୍ତେ ଚଳିବା , ସଂଘର ଉନ୍ନତିମୂଳକ କାମରେ ସମସ୍ତେ ସହଯୋଗ କରିବା , କରୋନା ସମ୍ପର୍କରେ ନିଜେ ସଚେତନ ରହି ଦୋକାନ ଖୋଲିବା , ମାସ୍କ ପରିଧାନ କରିବା , ସାମାଜିକ ଦୂରତା ରଖିବା , ସାନିଟାଇଜର ବ୍ୟବହାର କରିବା ସହ ଗ୍ରାହକଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନ କରାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

 ଏହି ଜରୁରୀ ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ମନ୍ମଥ ମିଶ୍ର , ସମ୍ପାଦକ ହନି ବିଷୋୟୀ , ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ , ସହ ସମ୍ପାଦକ ରବି ସାମନ୍ତରା , କୋଷାଧ୍ଯକ୍ଷ ସୁଶାନ୍ତ ଚୌଧୁରୀ , ଉପଦେଷ୍ଟା ସନ୍ତୋଷ କୁମାର ସାହୁ , ଶରତ ଚନ୍ଦ୍ର ସାବତ , ସୀମାଞ୍ଚଳ ସାହୁ , ବାବୁ ଡାକୁଆ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault