ହେଡଲାଇନସ୍:

ମାଗଣା ଟୀକା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁପର୍ନୋ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରାଜକୋଷର ଅର୍ଥ ଯେପରି ଅଯଥା ଅପଚୟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କଲେ ଅନୁରୋଧ

  • ଟୀକା ନିଜେ କିଣନ୍ତୁ ବା କେନ୍ଦ୍ର ସରକାରଙ୍କ ମାଧ୍ୟମରେ କିଣନ୍ତୁ, ୧୫୦ ଟଙ୍କାରେ କିଣିବାକୁ ପଦକ୍ଷେପ ନିଅନ୍ତୁ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ଜନସାଧାରଣଙ୍କୁ ମାଗଣା କୋଭିଡ ଟୀକା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନୋ ଶତପଥୀ |  ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ପୂର୍ବରୁ କରିଥିବା ଅନୁରୋଧକୁ ଦୋହରାଇଛନ୍ତି ଶ୍ରୀ ଶତପଥୀ | 

ଶ୍ରୀ  ଶତପଥୀ କହିଛନ୍ତି ଯେ, ରାଜ୍ୟ ସରକାର ୨ କୋଟି ଲୋକଙ୍କ ପାଇଁ  ଟୀକା ବାବଦରେ ୨୦୦୦ କୋଟି ଟଙ୍କା ଖର୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ହେଲେ ଟୀକା କିଣିବା ବେଳେ ରାଜ୍ୟ ରାଜକୋଷକୁ ଯେମିତି କମ ଆର୍ଥିକ ବୋଝ ପଡିବ ବା ଅଯଥା ଅନାବଶ୍ୟକ ଖର୍ଚ ନହେବ  ସେଥିପାଇଁ ଦୃଷ୍ଟି ଦେବେ | କେମିତି ଓଡିଶା ଡୋଜ ପିଛା ୧୫୦ ଟଙ୍କାରେ ଟୀକା ପାଇପାରିବେ  ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ ହେବେ ବୋଲି ଶ୍ରୀ ଶତପଥୀ ଆଶାବ୍ୟକ୍ତ କରିଛନ୍ତି | ରାଜ୍ୟ ସରକାର ୧୫୦ ଟଙ୍କାରେ ଡୋଜ ପିଛା କିଣିବା ପାଇଁ ପଦକ୍ଷେପ ନିଅନ୍ତୁ ଅବା କେନ୍ଦ୍ର ସରକାରଙ୍କ ମାଧ୍ୟମରେ ୧୫୦ ଟଙ୍କାରେ ଟୀକା କିଣନ୍ତୁ | ଏହା ହେଲେ ୨୦୦୦ କୋଟି ଟଙ୍କା ବଦଳରେ ୬୦୦ ରୁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ୨କୋଟି ଲୋକଙ୍କ ପାଇଁ |ଫଳରେ  ରାଜ୍ୟ ରାଜକୋଷରୁ ଡୋଜ ପିଛା ୨୫୦ ଟଙ୍କା ଲେଖାଏଁ ଅପଚୟକୁ ରୋକାଯାଇପାରିବ  |  ଆତଙ୍କରେ ରହିଥିବା ଓଡ଼ିଶାର ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ମହତ ନିଷ୍ପତ୍ତି ପରିପ୍ରେକ୍ଷୀରେ ଲୋକଙ୍କ ଭାବପ୍ରବଣତାର ଫାଇଦା ଉଠାଇ ରାଜ୍ୟ ରାଜକୋଷର ଅସଦୁପଯୋଗ ବା ଅପଚୟ ଯେପରି ନହୁଏ ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହେବେ ବୋଲି ଶ୍ରୀ ଶତପଥୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି |

,  

0
0
0
s2sdefault