ହେଡଲାଇନସ୍:

ସପ୍ତାହନ୍ତ ସଟଡାଉନ ଯାଞ୍ଚକୁ ଅନୁଧ୍ୟାନ କଲେ ଜିଲ୍ଲାପାଳ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କଲେ ବରିଷ୍ଠ ଅଧିକାରୀ

 ରାୟଗଡ:/ସରୋଜ କୁମାର ସାହୁ- କୋଭିଡ ସଂକ୍ରମଣକୁ ରୋକିବା ଉଦେଶ୍ୟରେ ଜିଲ୍ଲାରରେ  ଚାରୋଟି  ସହରାଞ୍ଚଳରେ ଦୁଇଦିନିଆ ସଟଡାଉନ କରାଯାଇ କଡାକଡି ଭlବରେ ଯାଞ୍ଚ କରିବା ପାଇଁ  ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଏହି କର୍ମରେ ଆଜି ଅଚାନକ ରାୟଗଡ ସହରରେ  ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ସହରର  ରେଳଷ୍ଟେସନ, ଅଂଚିଲିକ ଶିଳ୍ପ କେନ୍ଦ୍ରାପଡ଼ା ଛକ, ମଙ୍ଗଳା ମନ୍ଦିର, ସାରଳା ଛକ, ରହିତ କୋଲନି, ରେଲଷ୍ଟେସନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ଆଦିକୁ ଯାଇ   ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆୟୋଜନକୁ ଅନୁଧ୍ୟାନ କରିଥିଲେ l  କୋରନା ଦ୍ବିତୀୟ ଲହରୀ  ରାୟଗଡ ଜିଲ୍ଲାରେ  ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବା  ଯୋଗୁଁ ଏହାକୁ ମୁଖବିଲା କରି  ରୋକlଯାଇ ପାରିବ   ସେଥିପାଇଁ ଜିଲ୍ଲା ପ୍ରସାଶନ  ବିଶେଷ ଭାବରେ ଚେଷ୍ଟା ଜlରିରଖିଛି  l ବାହାର  ରାଜ୍ୟରୁ ଓଡିଶାକୁ  ବିଶେଷ କରି କୁମ୍ଭମେଳା ଓ ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା  ପାଇଁ  ପ୍ରଶାସନ ପକ୍ଷରୁ  ବ୍ୟବସ୍ଥା କରାଯାଇଛି l ଜିଲ୍ଲାର  ଲୋକମlନଙ୍କୁ ସଚେତନ କରି କରନା ଠାରୁ ଦୂରେଇ ରଖାଯିବl  ନେଇ  ଜିଲ୍ଲାପାଳ ଗୁରୁତ୍ୱ ଦେଉଛନ୍ତି  । ରାୟଗଡ ସହରର ବିଭନ୍ନ ଛକଯାଗା ମାନଙ୍କରେ ବିଭନ୍ନ ବିଭାଗୀୟ ଅଧିକାରୀ ମାନଂକୁ ନିୟୋଜିତ କରି ଜନସାଧାରଣଙ୍କୁ ମାସ୍କ ବ୍ୟବହାର ନେଇ  ସଚେତନତ କରୁଛନ୍ତି l

      ଏହାସହିତ ଘରକୁ ଘର ଅଙ୍ଗନବାଡି କର୍ମୀ, ଆଶା,  ଏନେମ, ଶିକ୍ଷକ ଓ ଅନ୍ୟlନ୍ୟ  କର୍ମଚାରୀ ବାହାର ରାଜ୍ୟରୁ ଫେରି ଆସିଥିବା ଓ  ଜରର ଲକ୍ଷଣ ଥିବା ଲୋକମାନଙ୍କ   ସର୍ବେ କରୁଛନ୍ତି l ଏହାକୁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ପର୍ଯ୍ୟବେକ୍ଷଣ ଓ ପର୍ଯ୍ୟାଲୋଚନା କରୁଛନ୍ତି l   ସେହିପରି  ସଟଡାଉନ ସ୍ଥିତି ମଧ୍ୟରେ ଅନୁଧ୍ୟାନ କରିଛନ୍ତି l ବିଶେଷ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡ଼ିଏ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର, ଶ୍ରୀ ଯେ. ସାନlଲ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ତଦାରଖ ଜରୁଛନ୍ତି l ପିଡି, ଡି ଆରଡ଼ିଏ, ରାୟଗଡା ତଥା କୋଭିଡ -19ର ନୋଡାଲ ଅଧିକାରୀ ଶ୍ରୀ ନlଏକ ବିଷମ କଟକ ବ୍ଲକ ଓ ମୁନିଗୁଡା ଗସ୍ତ କରି କୋଭିଡ କ୍ୟାର ସେଣ୍ଟର, ମୁନିଗୁଡା ରେଳ ଷ୍ଟେସନ ଆଦି ପରିଦର୍ଶନ କରି  ଫେରେନ୍ତାଙ୍କୁ ସ୍ଥିତି  ଅନୁଧୟନ କରିଥିଲେ l

0
0
0
s2sdefault