ହେଡଲାଇନସ୍:

ରାଜ୍ୟବାସୀଙ୍କୁ ଓଡିଶା ସରକାର ଯୋଗାଇଦେବେ ନିଃଶୁଳ୍କ ଟୀକା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୮ ରୁ ୪୫ ବର୍ଷ ବୟସ୍କ ସମସ୍ତଙ୍କୁ ନିଃଶୁଳ୍କ ଟୀକା, ଉପକୃତ ହେବେ ୨ କୋଟି ଲୋକ, ଖର୍ଚ ହେବ ୨୦୦୦ କୋଟି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟବାସୀଙ୍କୁ ଓଡିଶା ସରକାର ଯୋଗାଇଦେବେ ନିଃଶୁଳ୍କ ଟୀକା | ଏ ବିଷୟ ଆଜି ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ  ହାତ ଯୋଡି ମୁଖ୍ୟମନ୍ତ୍ରୀ  ଅନୁରୋଧ କରିଛନ୍ତି ଯେ " କୋଭିଡି ନିୟମ ମାନନ୍ତୁ | ଲକଡାଉନ ସଟଡାଉନ ମୁ ଚାହୁଁନି | କେହି ବି ଚାହିଁବେ ନାହିଁ | ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେବ | ହେଲେ ଓଡିଶା ବାସୀଙ୍କ ଜୀବନ ମୋ ପାଇଁ ପ୍ରାଥମିକତା | ତେଣୁ ଗତକାଲି ରାଜ୍ୟର ୧୮ ବର୍ଷରୁ ଉର୍ଧ୍ଵ ସମସ୍ତ ଲୋକଙ୍କୁ ମାଗଣା ଟୀକା ଦେବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି | ୨କୋଟି ଲୋକ ଏହି ଟୀକା ନେବେ ଏଥିପାଇଁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ | ହେଲେ ମୋ ଅନୁରୋଧ ଆପଣମାନେ କୋଭିଡି ନିୟମ ପାଳନ କରନ୍ତୁ |" 

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ବିପଦ ସମୟରେ ଓଡିଶା ବର୍ତ୍ତମାନ ଅନେକ ରାଜ୍ୟକୁ ସାହାଯ୍ୟ ଜାରି ରଖିଛି । ୬ଟି ରାଜ୍ୟରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ ସିଲିଣ୍ଡରର ଅଭାବ ରହୁଥିବା ବେଳେ ଓଡ଼ିଶା ସେମାନଙ୍କୁ ସହଯୋଗର ହାତ ବଢାଇଛି । ଅନବରତ ସେମାନଙ୍କୁ ଅକ୍ସିଜେନ ସିଲିଣ୍ଡର ପଠାଉଛି । କିନ୍ତୁ ଆମ ସ୍ଥିତି ସେମାନଙ୍କ ଠାରୁ ଯଥେଷ୍ଟ ଭଲ ରହିଛି । ତଥାପି ଆମକୁ ଆହୁରି ସଚେତନତାର ଆବଶ୍ୟକତା ରହିଛି ।  କୋଭିଡରେ ହଜାର ହଜାର ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟରେ ଭୟଙ୍କର ସ୍ଥିତି ଉପୁଜିଛି । ଯାହା ଭାରତ ଇତିହାସରେ କେବେ ମଧ୍ୟ ଘଟିନାହିଁ । ଏ ବିଷୟରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲି । ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇ ଶହ ଶହ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇଛି । ଆମ ରାଜ୍ୟରେ ଏଭଳି ସ୍ଥିତି ନଘଟୁ । ଆପଣମାନଙ୍କୁ ଅନୁରୋଧ ସଚେତନ ଏବଂ ସତର୍କ ରୁହନ୍ତୁ । କାହାର ରୋଜଗାରିଆ ପୁଅର ମୃତ୍ୟୁ ଘଟୁଛି ତ, ଆଉ କିଏ ବାପା ଛେଉଣ୍ଡ ହୋଇଯାଇଛି । ପୁଣି କେଉଁ ମାଆର କୋଳ ଖାଲି ହୋଇଯାଇଛି । ଏଭଳି ସ୍ଥିତି ମୋତେ ଅନେକ କଷ୍ଟ ଦେଇଛି । ତେଣୁ ଏହି ସ୍ଥିତି ଆଉ ନଘଟୁ । ମୋ ପରିବାର ସୁରକ୍ଷିତ ରହୁ । ମୋ ପରିବାରର କିଛି ଅମଙ୍ଗଳ ନଘଟୁ  । ରାଜ୍ୟ ସରକାର ଏପରି ସ୍ଥିତିରେ ମାଗଣାରେ ରାଜ୍ୟବାସୀଙ୍କୁ ଟିକା ଦେବେ  । କାହାରି ହାତରୁ ଟଙ୍କାଟିଏ ଖର୍ଚ୍ଚ ହେବନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

0
0
0
s2sdefault