ହେଡଲାଇନସ୍:

ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କୁ  ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  – ରାଜଧାନୀ ପ୍ରତିଷ୍ଠା  ଦିବସ ଅବସରରେ ସାଲିଆ ସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଭୁବନେଶ୍ୱରରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସମସ୍ୟା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡେ଼କର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଆଲୋଚନା କରାଯିବ । ସହରର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇବା ସମସ୍ୟାର ସ୍ଥାୟୀ ସମାଧାନ ତଥା ଏ ନେଇ କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ସେ ନେଇ ଚେଷ୍ଟା କରାଯିବ  ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ରାଜଧାନୀ ପ୍ରତିଷ୍ଠା  ଦିବସରରେ ସବୁ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ “ରାଜ୍ୟର ରାଜଧାନୀର ଯେଉଁ ଅଂଚଳରେ ମୁଁ ରହିଛି, ସେହି ଅଂଚଳର ପ୍ରମୁଖ ବସ୍ତି ସାଲିଆ ସାହିର ଅନେକ ଲୋକ ଆଜି ରାଜଧାନୀ ପ୍ରତିଷ୍ଠା  ଦିବସ ଅବସରରେ ମୋତେ ସାକ୍ଷାତ୍ କଲେ । ଏହି ସାକ୍ଷାତ୍ ସମୟରେ ସେମାନଙ୍କର ଦୀର୍ଘ ଦିନର ଦାବୀ ସେମାନଙ୍କୁ ସେହି ସ୍ଥାନର ସ୍ଥାୟୀ ପଟ୍ଟା, ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉଠାଇଲେ । ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦାମାନେ ଓଡ଼ିଶାର ନୂଆ ରାଜଧାନୀକୁ ସେମାନଙ୍କ ପରିଶ୍ରମର ଝାଳରେ ତିଆରି କରିଛନ୍ତି । ଆମେ ଭଲ ଘରେ ଓ ଭଲରେ ରହୁଛୁ,ଏଥିରେ ସେମାନଙ୍କର ବଡ଼ ଯୋଗଦାନ ରହିଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ସମେତ ରାଜଧାନୀରେ ଦୀର୍ଘ ଦିନରୁ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ହେବା ଦରକାର ।

ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡେ଼କର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ କଥା ହେବି । ଏହି ସମସ୍ୟାର ସ୍ଥାୟୀ ସମାଧାନ ତଥା କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ତା’ ପାଇଁ ଚେଷ୍ଟା କରିବି” ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

0
0
0
s2sdefault