ହେଡଲାଇନସ୍:

"ନବୀନ ବାବୁଙ୍କ ପିପିଲି ନିର୍ବାଚନ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲେ ରାଜ୍ୟ ସଭାପତି ସମୀର ମହାନ୍ତି

 

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଅବସରରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଜ ଦଳ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କଲେ । ରାଜ୍ୟରେ ବିକାଶର ଗୋଲାପି ଚିତ୍ର ଆଙ୍କିଲେ । ମାତ୍ର ତୃଣମୁଳ ସ୍ତରରେ ବାସ୍ତବ ସ୍ଥିତି ସଂପର୍କରେ କାହିଁକି ମୁହଁରେ ତୁଣ୍ଡି ଦେଇ ରହିଲେ, ଯାହାକି ପିପିଲି-ଡେଲାଙ୍ଗ ଜନସାଧାରଣଙ୍କୁ ବହୁତ ବ୍ୟଥିତ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପିପିଲି-ଡେଲାଙ୍ଗବାସୀଙ୍କ ତରଫରୁ ୫ଟି ପ୍ରଶ୍ୱ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ।

 ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି କି; ଅତୀତରେ ରାଜ୍ୟରେ ଯେଉଁଠି ଉପନିର୍ବାଚନ ହୁଏ, ସେ ଅଂଚଳର ବିକାଶର ଦାୟୀତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତି ବୋଲି ପ୍ରଚାର କରିଥାନ୍ତି । ଗତ କାଲି ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲି ମାଧ୍ୟମରେ ପିପିଲି ଅଂଚଳର ବିକାଶର ଦାୟୀତ୍ୱ ନେବେ ବୋଲି ଚିରାଚରିତ ଭାବେ ପୂର୍ବ ଭଳି ପୁଣି ଥରେ କହିଛନ୍ତି । ଯଦି ପିପିଲି ବିକାଶର ଦାୟୀତ୍ୱ ମୁଖ୍ୟମନ୍ତ୍ରୀ ନେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ କହୁଛନ୍ତି, ତାହେଲେ ଆଜି ପର୍ଯ୍ୟନ୍ତ ଏହି ଦାୟୀତ୍ୱ କିଏ ନେଇଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପିପିଲି ଚାନ୍ଦୁଆ କଥା ମନେ ପକାଇଲେ । ପିପିଲି ଶାନ୍ତ ରହିଲେ ଯାଇ ଚାନ୍ଦୁଆ ବିକ୍ରି ହୋଇପାରିବ । ପିପିଲିକୁ ହିଂସ୍ର କିଏ କରୁଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ମହିଳାଙ୍କ କଥା କହିଛନ୍ତି । ପିପିଲିର ଦଳିତ ଝିଅ ବେବିନାକୁ ନ୍ୟାୟ ମିଳିଛି କି ? ଇତିଶ୍ରୀକୁ କି ନ୍ୟାୟ ମିଳିଲା ? ପିପିଲିର ଏହି ଦୁଇ ଝିଅଙ୍କ ନାଁ କଣ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନାହିଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ମୋଦି ସରକାର ଫନୀ ବାତ୍ୟା ବିପନ୍ନଙ୍କ ପାଇଁ ଘର ପଠାଇଲେ । ଏବେ ପିପିଲି-ଡେଲାଙ୍ଗର ହଜାର ହଜାର ପରିବାର ପଲିଥିନ ଟାଣି ଖୋଲା ଆକାଶ ତଳେ କାହିଁକି ରହିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ହିଷ୍ଟ୍ରିସିଟର ବଡ ଅପରାଧୀ ଧୀରେନ ସାମନ୍ତରାୟଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ । ଏପରିକି ପିପିଲି ଉପନିର୍ବାଚନ ଦାୟୀତ୍ୱ ଦେଇ ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ନବୀନ ବାବୁଙ୍କ ପିପିଲିର ନିର୍ବାଚନ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି ଉପାଖ୍ୟାନ । ମିଥ୍ୟା ପ୍ରବଂଛନା ଓ ପ୍ରତାରଣାକୁ ପିପିଲି-ଡେଲାଙ୍ଗବାସୀ ଭଲ ଭାବେ ବୁଝି ସାରିଛନ୍ତି ଓ ଆଗାମୀ ନିର୍ବାଚନରେ ଏହାର ସଠିକ ଉତର ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault