ହେଡଲାଇନସ୍:

ସକାଳୁ ସକାଳୁ ବାଲେଶ୍ୱରରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର  : ସକାଳୁ ସକାଳୁ ଆଜି  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ, ପୂର୍ତ୍ତ ସଚିବ ଡ଼ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାଙ୍ଗରେ ନେଇ ବାଲେଶ୍ବର ଗସ୍ତ କରିଥିଲେ । ବାଲେଶ୍ବର ପୋଲିସ ଲାଇନ୍‌ ପଡ଼ିଆରେ ପହଞ୍ଚିବା ପରେ ଜିଲ୍ଲାରେ ଚାଲିଥିବା  ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ  କରିଛନ୍ତି ।

ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାଲେଶ୍ବର ସହର ପୋଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇବା ପରେ ୩ ସଚିବଙ୍କୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ  ସ୍ୱାଗତ କରିଥିଲେ । ଏହାସହ ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି | ବାଲେଶ୍ଵରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ, ପ୍ରସ୍ତାବିତ ପାର୍କ ନିର୍ମାଣ ଓ ସହର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି | ରେମୁଣା ଛକରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା,ବାଲେଶ୍ୱର ବସଷ୍ଟାଣ୍ଡ ନବୀକରଣ ଏବଂ ମୋ ସ୍କୁଲ ଯୋଜନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ହାଇସ୍କୁଲର ପରିପାର୍ଶ୍ଵିକ ସ୍ଥିତି,ସ୍ମାର୍ଟ କ୍ଲାସରୁମ୍, ଉନ୍ନତ ଧରଣର ପରୀକ୍ଷାଗାର ବିଷୟରେ ଅନୁଧ୍ୟାନ କରିଥିବା ଜଣାପଡିଛି | 

0
0
0
s2sdefault