ହେଡଲାଇନସ୍:

ଶ୍ରେଷ୍ଠତା ପାଇଁ  ଡିଜିପି ପୁରସ୍କାର ପାଇବେ ବାରିପଦା ଟାଉନ ଥାନା ଅଧିକାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି)- ଏପ୍ରିଲ ୧ରେ ପାଳିତ ହେବ ୮୬ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା  ଦିବସ । ଏହି ଅବସରରେ ୨୦୨୦-୨୧ ବର୍ଷ ନିମନ୍ତେ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ତାଙ୍କର କାର୍ଯ୍ୟଦକ୍ଷତା ନିମନ୍ତେ  ଶ୍ରେଷ୍ଠ  ଇନ୍ସପେକ୍ଟର ଭାବେ ଡିଜିପି ପୁରସ୍କାର ପାଇବା ନିମନ୍ତେ ବିବେଚିତ ହୋଇଛନ୍ତି ବୋଲି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶ ସଂଖ୍ୟା ୨୩୯/ ୨୬.୦୩.୨୦୨୧ରେ ଏକ ନିର୍ଦ୍ଦେଶ  ନାମା ଜାରି କରାଯାଇଛି । ସେହିପରି ରାସଗୋବିନ୍ଦପୁର ଥାନା ଅଧିକାରୀ ଲୋପାମୁଦ୍ରା ନାୟକଙ୍କୁ ମଧ୍ୟ ୨୦୨୦-୨୧ ବର୍ଷ ନିମନ୍ତେ ଡିଜିପି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗର ୨୦୨୦ରେ କରୋନା କଟକଣା କାରଣରୁ ଓଡ଼ିଶା ପୁଲିସ ପ୍ରତିଷ୍ଠା  ଦିବସ ପାଣଲ କରାଯାଇ ନ ଥିବାରୁ ଚଳିତ ବର୍ଷ ୨୦୧୯-୨୦ ବର୍ଷ ନିମନ୍ତେ ଯଶୀପୁର ଥାନା ଅଧିକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ସେଠୀ ଓ ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ ଡିଜିପି ପୁରସ୍କାର ପାଇବା ନିମନ୍ତେ ମନୋନୀତ କରାଯାଇଛି ।

 

0
0
0
s2sdefault