ହେଡଲାଇନସ୍:

ଜ୍ଞାନର ଦ୍ୱୀପ ପ୍ରଜ୍ଜଳନ କରିବା ସହ ସମାଜସେବା କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିଛନ୍ତି ଅନିତା ବାଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଆଜିର ନାରୀ ପରିବର୍ତ୍ତନ ସମୟ ସହ ତାଲ ଦେଇ ଆଗକୁ ବଡିଚାଲି ବିଭିନ୍ନ କ୍ଷେତ୍ରରେ ଉଚ୍ଚପଦସ୍ଥ ପଦବୀରେ ଅବସ୍ଥାପିତ ହୋଇପାରିଛି । ସମ୍ବଲପୁର ଜିଲ୍ଲା ରେ ମଧ୍ୟ ଏମିତି ଅନେକ ମହିଳା ଅଛନ୍ତି ସେମାନେ ନିଜ କାଯ୍ୟକ୍ଷେତ୍ର ପାଇଁ ସମାଜ ରେ ନିଜର ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରିପାରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୄଷ୍ଠି କରିପାରିଛନ୍ତି । ଏପରି ଜଣେ ମହିଳା ହେଲେ ଅନିତା ବାଗ । 

ଅନିତା ବାଗ ତାଙ୍କ ନା ହିଁ ଯଥେଷ୍ଟ । ସମ୍ବଲପୁର ସହର ରେ ଯେତେ ବେଳେ କୌଣସି ସମାଜସେବା ମହିଳା ଙ୍କ ନା ପଡେ ତାଙ୍କ ନା ନିଶ୍ଚିତ ଥିବ । ସମ୍ବଲପୁର ଦଳଦଳିପଡା ଠାରେ ରହନ୍ତି ଅନିତା ବାଗ । ଅନିତା ଏକ ଗରିବ ପରିବାର ରୁ ଆସିଥିବା ବେଳେ ଗରିବ ମାନଙ୍କ ପାଇଁ କିଛି କରିବା ଲକ୍ଷ ତାଙ୍କ ମନରେ ସବୁବେଳେ ରହିଥାଏ । ବିଶେଷ କରି ଗରିବ ଶ୍ରେଣୀର ପରିବାର ର  ପୁଅ ଝିଅ ଯେଉମାନେ କି  ପରିବାରର ଆର୍ଥିକ ସ୍ଥିତି ଠିକ ନଥିବାରୁ ପାଠ ପଡାରୁ ବଞ୍ଚିତ ହୋଇଥାନ୍ତି । ସେମାନଙ୍କ ପାଇଁ କିଛି କରିବାର ଉଦ୍ଧେଶ୍ୟରେ ୨୦୧୨ ମସିହାରେ ଏକ ଛୋଟ ସାମାଜିକ ଅନୁଷ୍ଠାନ ଆରମ୍ଭ କରିଥିଲେ ଅନିତା । ତାର ନା ଦେଇଥିଲେ Our helping hands । ଏହି ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିବା ସମାଜସେବା  କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଯାରିରହିଛି । ଅନିତା Our helping hands ସଂସ୍ଥାର ସଂଯୋଜିକା ଭାବରେ ରହି ସମାଜସେବା କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ମୁଖ୍ୟତ ଦଳଦଳିପଡାର ଗରିବ ଶ୍ରେଣୀର 49 ପୁଅ ଝିଅ ମାନଙ୍କୁ  ମାଗଣାରେ ଶିକ୍ଷା ଦାନ କରିଆସୁଛି । ସଂସ୍ଥାର ସଭ୍ୟମାନେ ମିଲିତ ଭାବରେ  ପାଠ ପଡାଇବା ସହ ସେମାନଙ୍କୁ ପ୍ରତିଦିନ ନୀତି ଶିକ୍ଷା ଦେଇଥାନ୍ତି । ଏହାସହ ସମ୍ବଲପୁର ସହରର ବିଭିନ୍ନ ବସ୍ତି ଅଞ୍ଚଳର ରହୁଥିବା କିଶୋରୀ ବାଲିକା ମାନଙ୍କୁ ବିଭିନ୍ନ ସମୟରେ ସେମାନଙ୍କ ଅଧିକାର ସହ ବିଭିନ୍ନ ଦିଗ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ଏହା ସହ ସହରର ପଛୁଆ ଅଞ୍ଚଳର ମହିଳା ମାନଙ୍କ ପାଇଁ ଘରେ ରହି ଆତ୍ମନିର୍ଭରଶୀଳ କରିବା ଲକ୍ଷରେ ସେମାନଙ୍କ ପାଇଁ ମାଗଣା ସିଲେଇ ପ୍ରଶିକ୍ଷଣ ଓ ଠୁଙ୍ଗା ତିଆରି ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ବିଶେଷ କରି ଯେଉଁ ପିଲା ମାନେ ଆଧାରୁ ପାଠ ପଡା ଛାଡି ଦେଉଛନ୍ତି ସେମାନେ କିପରି ପୁଣି ଥରେ ବିଦ୍ୟାଳୟ କୁ ଯାଇ ପାଠ ପଡାଯାଇ ପାରିବ ସେ କାଯ୍ୟକୁ Our helping hands ପ୍ରାଥମିକତା ଦେଇଆସୁଛି ।।ଏହାସହ ଅନିତା ବନ୍ୟା ସମୟରେ ବିଭିନ୍ନ ଅସହାୟ ଙ୍କୁ ସାହାଯ୍ୟ କୋଭିଡ ସମୟରେ ସଚେତନତା କାର୍ଯ୍ୟକ୍ରମ କରି ବିଭିନ୍ନ ଅନଷ୍ଠାନ ଦ୍ୱ।ରା ପୁରସ୍କୃତ ହେବା ସହ ସମ୍ମାନିତ ହୋଇପାରିଛନ୍ତି । 

ଏବେ ମଧ୍ୟ ସମାଜସେବା ଅନିତା ତାଙ୍କ Our helping hands ସଂସ୍ଥା ଦ୍ୱାରା ସମାଜ ପାଇଁ କିଛି କରିବାର ପ୍ରୟାସ ଯାରି ରଖିଛନ୍ତି । ତାଙ୍କର ଉଦ୍ଧେଶ୍ୟ କେବଳ ସମାଜର ଗରିବ ଲୋକଙ୍କ ପାଇଁ କିଛି ସାହାଯ୍ୟ କରିବେ । ଅନୀତା ବାଗ ତାଙ୍କ ନିସ୍ୱ।ର୍ଥିପର ସେବା କାର୍ଯ୍ୟ ପାଇଁ ଆଜି ସମ୍ବଲପୁର ରେ ଜଣେ ସମାଜସେବୀ ଭାବରେ ପରିଚିତ ହେବା ସହ ଅନ୍ୟମାନଙ୍କ ପାଇଁ ଜଣେ ଉଦାହରଣ ସୄଷି କରିପାରିଛନ୍ତି।

 

0
0
0
s2sdefault