ହେଡଲାଇନସ୍:

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ କମିଟି ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି( (ବି ଶ୍ରୀନିବାସ ପାତ୍ର)ଉତ୍କଳ ସାମ୍ବାଦିକ ସଂଘ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ତଥା ରାଜ୍ଯ ସ୍ତରୀୟ କାର୍ଯ୍ୟକାରିଣୀ କମିଟି ସମ୍ମିଳନୀ ଆୟୋଜିତ ହୋଇଛି। ଉତ୍କଳ ସାମ୍ବାଦିକ ସଂଘ ର ବରିଷ୍ଠ ସାମ୍ବାଦିକ ତଥା ରାଜ୍ଯ ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ରାଜ୍ଯର ୩୦ଟି ଜିଲ୍ଲାର ବିଭିନ୍ନ ପ୍ରାନ୍ତର ରୁ ସାମ୍ବାଦିକ ମାନଙ୍କ ଉପସ୍ଥିତି ରେ ସଭା କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ,ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ କଲ୍ୟାଣ ବିଭାଗ ସଭାପତି ଶ୍ରୀଯୁକ୍ତ ମାନସ ମାଡକାମୀ,ଜିଲ୍ଲା ଉପଖଣ୍ଡ ବନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମିରାସେ ତଥା ଜିଲ୍ଲା ବିହନ ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ବର ପାଣିଗ୍ରାହୀ। ତେବେ ଏଠାରେ ନିଶ୍ଚିତ ଉଲ୍ଲେଖଯୋଗ୍ୟ ଯେ ଉତ୍କଳ ସାମ୍ବାଦିକ ସଂଘ ତରଫରୁ "ସାମ୍ବାଦିକ ସୁରକ୍ଷା ଆଇନ " ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆଇନ୍ କୁ କାର୍ଯ୍ୟକାରୀ କରିବାକୁ ବିଶେଷ ଅନୁରୋଧ ସହ ଦାବି ଭାବେ ପ୍ରକାଶ କରିଛନ୍ତି। ଏହା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ପତ୍ରକାର ତଥା ସମାଜସେବୀ ମାନଙ୍କୁ ଅଭିବାଦନ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। 

ତେବେ ସଂପୂର୍ଣ୍ଣ ଆୟୋଜନର ମଙ୍ଗଧର ଭାବେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପାତ୍ରଙ୍କୁ ଉପଯୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରିଥିବାରୁ ବିଶେଷ ଧନ୍ୟବାଦ  ଜ୍ଞାପନ କରାଯାଇ ସଭା ସାଙ୍ଗ କରା ଯାଇଥିଲା।

0
0
0
s2sdefault