ହେଡଲାଇନସ୍:

ଜୟ ଓଡ଼ିଶା ଶକ୍ତି ଆନୁକୁଲ୍ୟରେ ରକ୍ତଦାନ ଶିବିର :  ରକ୍ତଦାନ କଲେ ପ୍ରାୟ ୪୦ଜଣ ମହିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ରେ ରକ୍ତ ସଙ୍କଟ କୁ କିଛି ମାତ୍ରାରେ ହ୍ରାସ କରିବାକୁ ନିମନ୍ତେ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମର ଦ୍ଵିତୀୟ  ଦିନରେ ଜୟ ଓଡ଼ିଶା ଶକ୍ତି, ରେଡକ୍ରସ ସୋସାଇଟି ର ମିଳିତ ଆନୁକୁଲ୍ୟରେ, ଆଜି ଏକ ସର୍ବ ମହିଳା ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ। ଏହା ସହିଦ ନଗର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।

ସମାଜର ବିଭିନ୍ନ ବର୍ଗ ଓ ବୟସର ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରକ୍ତଦାନ କରିଥିଲେ l ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୮ଜଣ ମହିଳା ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ଜଣ ମହିଳା ରକ୍ତଦାନ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ1 ଟି କେବଳ ଶକ୍ତିର ମହିଳା ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ସାମନ୍ତରାୟ କହିଛନ୍ତି,  ରକ୍ତଦାନ ଭଳି ମହାନ୍ କାର୍ଯ୍ୟରେ ଆମର ସମସ୍ତ ଭଉଣୀ ଓ ମା ମାନଙ୍କର ଏତେ ଅଧିକ ସଂଖ୍ୟକ ଯୋଗଦାନ ଦେଖି ଅତ୍ୟନ୍ତ ଗର୍ବିତ ଅନୁଭବ ହେବା ସହ ଖୁସି ମଧ୍ୟ ଲଗୁଛି। ସମସ୍ତ ମହିଳାଙ୍କର ଏହି ଦେବୀ ରୂପକ କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ।

0
0
0
s2sdefault