ହେଡଲାଇନସ୍:

ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ଓଡ଼ିଶା ସ୍ୱାଭିମାନ ର ପ୍ରତୀକ,ମହାନ ଜନନାୟକ, ରାଷ୍ଟ୍ରନୀତିଜ୍ଞ,ପ୍ରବାଦ ପୁରୁଷ, ଆଧୁନିକ ଓଡ଼ିଶା ର ନିର୍ମାତା,ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କର ୧୦୫ ତମ ଜନ୍ମଦିବସ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି । ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ଜିଲ୍ଲା ର ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି, ରାଜକିଶୋର(ମଞ୍ଜୁ) ଦାସ,ରଚିନ୍ଦ୍ର କୂଅର, ଅଶୋକ କୁମାର ମହାକୁର ଙ୍କ ସଂଯୋଜନା ରେ ପାଳନ ହୋଇଛି । ସକାଳ ୮ ତା ସମୟରେ ବିଜେଡି ର ବରିଷ୍ଠ,ଯୁବ,ଛାତ୍ର ନେତା,ମହିଳା ନେତ୍ରୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା  ମାନେ  ରେମେଡ଼ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ର ଅଧ୍ୟକ୍ଷା ଓ ରାଜ୍ୟ ପ୍ରବକ୍ତା  ଶ୍ରୀମୟି ମିଶ୍ର,ପୂର୍ବତନ ସାଂସଦ ସୁଶ୍ରୀ ପ୍ରମିଳା ବହିଦାର,ପୂର୍ବତନ ବିଧାୟିକା ଡ.ରାସେଶ୍ୱରୀ ପାଣିଗ୍ରାହୀ,ବରିଷ୍ଠ ନେତା ଆର୍ତ୍ତତ୍ରାଣ ମିଶ୍ର,ରାଜ୍ୟ ଯୁଗ୍ମ ସମ୍ପାଦକ ସଞ୍ଜୟ ବାବୁ,ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି,ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ହୀରାଲାଲ ବେହେରା,ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର,ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ,ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ଗୋକୁମେହେର,ମହମ୍ମଦ ସନାଉଲ୍ଲା,ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି  ଲକ୍ଷ୍ମୀପ୍ରସାଦ ମହାପାତ୍ର,ବିଜୁ ଛାତ୍ର ଜନତା ଦଳ ଜୋନ ସଭାପତି ମିଳନ ହୋତା,ପୂର୍ବତନ ହୀରାକୁଦ ଏନ.ଏ.ସି ଅଧ୍ୟକ୍ଷା ସିପ୍ରା ମହାନ୍ତି,ଯୁବ ସମ୍ପାଦକ ଇଂ.ଦୀନେଶ ସେଠ, ସର୍ବଶ୍ରୀ ପ୍ରଫୁଲ୍ଲ ବକ୍ସି,ଆଇନଜୀବୀ ଅଶୋକ ମହାପାତ୍ର, ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ, ଚନ୍ଦ୍ର କୁମାର ଦୀକ୍ଷିତ, ତାପସ ପଳାଇ,ଖରାଁଶୁ ଶେଖର ଦେବ, ବିଜୟ ସ୍ୱାଇଁ,ପ୍ରଶାନ୍ତ ଥାପା,ଶିଶିର ମହାନ୍ତି,ଆଇନଜୀବୀ ସବୀର ଅହମଦ, ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା,ଆଇନଜୀବୀ ଲକ୍ଷ୍ମୀଧର ମହାନ୍ତି,ଯୁବନେତା ଆଶିଷ(ରିଙ୍କୁ) ମିଶ୍ର,ଯାମିନୀ ବହିଦାର, ଇଂ.ନିଶିଥ ଆକାଶ,ଅମିତ ନାଥ, ସୁବାଶିଷ ପଣ୍ଡା,ରାଜେନ୍ଦ୍ର ଧର, ସତ୍ୟ କୁମାର, ରାଜା ପଟ୍ଟନାୟକ, ଅନୁଜ ଜେନା, ଚିତ୍ତରଞ୍ଜନ ରାଉଳ,ଉତ୍ତମ ବାଗ,ସୁମିତ ପଟେଲ, ଲାଲୁ ବାଗ,ଏମ ଡି ଜବର, ସୁକେନଜିତ ମିତ୍ର,ରାଜେଶ ଗୁପ୍ତା, କାଳିଆ କୁସୁମ,ମଞ୍ଜୁ ଓରାମ,ସ୍ୱାଗତ ପାଢ଼ୀ,ନିଶିକାନ୍ତ ବିଶ୍ୱାଳ,ସୂର୍ଯ୍ୟକାନ୍ତ ସ୍ୱାଇଁ,ଅଭିମନ୍ୟୁ ରାଉତ,ସିଦ୍ଧାର୍ଥ ପ୍ରଧାନ, ନଳିନୀ ସ୍ୱାଇଁ,ମହିଳା ନେତ୍ରୀ ସୁବର୍ନ ନାୟକ,ମିତାଲି ସାହୁ, ସଇରେନ୍ଦ୍ରୀ ନାୟକ,ସୁରେଖା ସାହୁ ଜଗା ସେଟ୍ଟୀ,ଅର୍ଜୁନ ନାୟକ,ସମୀର ଅଗ୍ରୱାଲ,ବିମେଶ ରାଏ,ଅଜିତ ମହାନନ୍ଦ, ସୁରଜ ଦାସ,ସନ୍ଦୀପ ଢାଲ,ଏମ ଡି ଆସିଫ,ନିରୋଜ ପଣ୍ଡା, କାହ୍ନ ପ୍ରଧାନ,ଅଭିଷେକ ଡୋରା, ସରୋଜ ଉଦବର, ବାବୁଲା ସାହୁ ଏବଂ ଅନ୍ୟ ମାନେ ପ୍ରମୁଖ ଯୋଗ ଦେଇ ବିଜୁ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ରେ ସ୍ମୃତି  ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଜେଡି ନେତା ଦେବେନ କିଶୋର ପତି ଙ୍କ ଅଧ୍ୟକ୍ଷତା ରେ ଦଳୀୟ ନେତ୍ରୁ ମଣ୍ଡଳୀ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault