ହେଡଲାଇନସ୍:

ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ : ୧୧୫୫ କୋଟି ୪୬ଲକ୍ଷ ୨୪ ହଜାର ଟଙ୍କାର ପ୍ରସ୍ତାବ ମଞ୍ଜୁର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ  ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । 

 ବୈଠକରେ ମୁଖ୍ୟତଃ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଭିନ୍ନ ବିଭାଗର ବିକାଶ ଦିଗରେ ମଞ୍ଜୁର ପାଇଁ ମୋଟ ୧୧ ଶହ ୫୫ କୋଟି ୪୬ ଲକ୍ଷ ୨୪ ହଜାର ଟଙ୍କାର ବ୍ୟୟ ଅଟକଳ ପାଇଁ ପ୍ରସ୍ତାବିତ ହୋଇଥିଲା । 

ଏହି ବୈଠକରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ଯୋଜନା କମିଟିର ମେମ୍ବର ସେକ୍ରେଟାରୀ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ଏସଟି-ଏସସି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନେ ଉତ୍ତମ ସମନ୍ୱୟ ରକ୍ଷାକରି କାର୍ଯ୍ୟ କଲେ ଉନ୍ନୟନ ଯୋଜନା କାର୍ଯ୍ୟର ସଫଳତା ଅଞ୍ଚଳବାସୀଙ୍କ ଠାରେ ପହଞ୍ଚି ପାରିବ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ।

 ଅନ୍ୟପକ୍ଷରେ ଜିଲ୍ଲାଞ୍ଚଳର ବିକାଶମୂଳକ ଯୋଜନା ଗୁଡିକ ମଞ୍ଜୁର ପାଇବା ଓ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଶାସନ , ଜନପ୍ରତିନିଧି ମାନଙ୍କ ସହିତ  ଆଲୋଚନା କରି କାର୍ଯ୍ୟ କଲେ ଯୋଜନା କାର୍ଯ୍ୟର  ସୁଫଳ ଅଞ୍ଚଳବାସୀ ପାଇପାରିବେ ବୋଲି ଜନପ୍ରତିନିଧି ମାନେ କହିଥିଲେ । 

ଜିଲ୍ଲାର  ପ୍ରାୟ ୧୮ ଗୋଟି ବିଭାଗ କ୍ଷେତ୍ରର ବିକାଶ ପାଇଁ ଚଳିତ ୨୦୨୦-୨୦୨୧ ଆର୍ଥିକ ବର୍ଷ  ପାଇଁ ପ୍ରସ୍ତାବିତ ମୋଟ ୧୧ଶହ ୫୫ କୋଟି ୪୬ଲକ୍ଷ ୨୪ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ମଞ୍ଜୁର ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । 

ଏହି ପ୍ରସ୍ତାବିତ ବ୍ୟୟ ଅଟକଳ  ଟଙ୍କା ଗୃହରେ ଅନୁମୋଦନ ପାଇଲେ ମୁଖ୍ୟତଃ କୃଷି , ଗ୍ରାମୀଣ ବିକାଶ , ସ୍ୱତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ , ଶକ୍ତି , ପରିବହନ ଭିତ୍ତିଭୂମି , ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ପରିବେଶ , ସ୍କୁଲ ଓ ଗଣଶିକ୍ଷା , ସ୍ୱାସ୍ଥ୍ୟକେନ୍ଦ୍ର ଓ ଜନସ୍ୱାସ୍ଥ୍ୟ , ଜଳସମ୍ପଦ , ସାମାଜିକ ସୁରକ୍ଷା ଓ ସାମାଜିକ କଲ୍ୟାଣ , ମହିଳା ଓ ଶିଶୁ ବିକାଶ ଏବଂ ସହରାଞ୍ଚଳ ବିକାଶ ପ୍ରଭୃତି କ୍ଷେତ୍ରର ବିକାଶ ଦିଗରେ ଖର୍ଚ୍ଚ କରାଯିବ ।  

ଉପରୋକ୍ତ ଏହି ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ବୈଠକରେ ଉପସ୍ଥିତ ରହି ନିଜ ବିଭାଗର ଆଗାମୀ ବିକାଶ ମୂଳକ  କାର୍ଯ୍ୟକ୍ରମ ଓ ବ୍ୟୟ ଅଟକଳ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । 

ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ କୂଳମଣୀ ରାଉତ ଉପସ୍ଥିତ ରହି ଏଜେଣ୍ଡା ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆଗେଇ ନେଇଥିଲେ ।  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅନିତାରାଣୀ ବେହେରାଙ୍କ ସମେତ  ଉପାଧ୍ୟକ୍ଷ ଶ୍ରୀ ଆର: ବିଜୟ କୁମାର ,  ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ , ଡ଼ିଆରଡିଏ: ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault