ହେଡଲାଇନସ୍:

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାସ୍କୃତିକ କମିଟି ଦ୍ବାରା କବି ସନାତନ ମହାକୁଡ଼ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାସ୍କୃତିକ କମିଟି ଦ୍ୱାରା ଅନଲାଇନ ମାଧ୍ୟମରେ ମାତୃଭାଷା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ଉପ-କୁଳପତି ପ୍ରଫେସର ନିରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ଡଃ ଶୁଭାଶିଷ ଭଦ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଉପକୂଳପତି ଡଃ ନିରଜ ଗୁପ୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ମାତୃଭାଷା କାର୍ଯ୍ୟକ୍ରମରେ ବିଭିନ୍ନ ଭାଷାର କବି କବିୟିତ୍ରୀ ମାନେ ଅଂଶଗ୍ରହଣ କରି ନିଜର ସ୍ବରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବେରୁଆଁବାରି ଅଞ୍ଚଳର କବି ସନାତନ ମହାକୁଡ଼ଙ୍କୁ ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ଓଡ଼ଗାଁ ଅଞ୍ଚଳର କବିକୁଳ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଶେଷରେ ଧନପତି ଶୌଗ୍ରକପମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାସ୍କୃତିକ କମିଟିର ଅଧ୍ୟକ୍ଷ ଡଃ ଶୁଭାଶିଷ ଭଦ୍ର, ସଦସ୍ୟ ଡଃ ସଂଜୀବ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault