ହେଡଲାଇନସ୍:

କୃଷି ଆଇନ ରଦ୍ଦ ଦାବୀରେ ଚାଷୀଙ୍କ ରାସ୍ତା ରୋକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରି କରିବାକୁ ଥିବା କୃଷି ଆଇନ ରଦ୍ଦ ଦାବୀରେ ଆଜି ସାରା ଦେଶରେ କୄଷକ ସଂଗଠନ ଚକାଜାମ ଆନ୍ଦୋଳନ କରିଛନ୍ତି । ଗତ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଚାଲି ଆସିଥିବା ଚାଷୀ ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ  ମୋର୍ଚ୍ଚା ଆହ୍ୱାନ କ୍ରମେ ଆଜି ଦିଆଯାଇଥିବା  ଚକାଜାମ ଆନ୍ଦୋଳନ ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ ମଧ୍ୟ ଏକଘଣ୍ଟା ଧରି ଚକାଜାମ ଆନ୍ଦୋଲନ କରାଯାଇଥିଲା । ସମ୍ବଲପୁର - ରାଉଲକେଲା ୧୦ ନମ୍ବର ରାଜପଥ ଠାରେ ଦିନ  ୧୨ଟାରୁ ୧ ଟା  ପଜନ୍ତ ଚାକାଜାମ  କରାଯାଇଥିଲା । ସମ୍ବଲପୁର ଜିଲ୍ଲା କୄଷକ ସୁରକ୍ଷା ସଂଗଠନ ତରଫରୁ ଚକାଜାମ ଆନ୍ଦୋଳନ ମାଧ୍ୟମରେ 

ସରକାରଙ୍କୁ ଚାପଗ୍ରସ୍ତ କରି କୃଷି ଆଇନ ରଦ୍ଦ ଦାବୀରେ ଏହି ଆନ୍ଦୋଳନ କରାଯାଇଥିଲା । ସମ୍ବଲପୁର କୃଷକ ସଙ୍ଗଠନ ର ଶତାଧିକ ସଭ୍ୟ ସମ୍ବଲପୁର- ଝାରସୁଗୁଡା ରାଜ୍ୟ ରାଜପଥ  ଦେବେଇପାଲି ଠାରେ ଚକାଜାମ କରିବାରୁ ସହ ସହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଏହି ଚକାଜାମ ଆନ୍ଦୋଳନ ରେ  ସାଧାରଣ ଲୋକେ ମଧ୍ୟ ବହୁ ମାତ୍ରାରେ ସାମିଲ ହୋଇଥିଲେ।  

       

0
0
0
s2sdefault