ହେଡଲାଇନସ୍:

ମୋହନାରେ ଅସହ୍ୟ ଜାଡ,ଘନ କୁହୁଡ଼ି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି  / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛି ଦିନ ହେଲା ଶୀତର ପ୍ରକୋପ କମିଜାଇଥିବା ବେଳେ ପୁଣି ଶୀତ ଲେଉଟିଛି। କ୍ରମାଗତ ଭାବେ ପାଞ୍ଚ ଦିନ ହେଲା ଅସହ୍ୟ ଜାଡ ଉପାନ୍ତ , ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଞ୍ଚଳରେ ଅନୁଭୂତ ହେଉଛି। ଯାହାଫଳରେ ରାତିର ଜାଡ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।ବ୍ଳକର ଦୁର୍ଗମ ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଦଳିତ ଓ ଆଦିବାସୀ ସଂପ୍ରଦାୟର ଲୋକେ ଅସହ୍ୟ ଶୀତକୁ ସହ୍ୟ କରି ନ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାରୁ ବୁଢା , ବୁଢି ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କାଠିକୁଟା , କାଠ ଢ଼ାବଲ ଓ କାଠଗଣ୍ଡିରେ ନିଆଁ ଜାଳି ରାତ୍ର  ଉଜାଗର ରହୁଛନ୍ତି । ସନ୍ଧ୍ୟା ୫ଟାରୁ ସକାଳ ୯ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡାର ପ୍ରଭାବ ଲାଗି ରହୁଛି। 

ଶୀତ ଯୋଗୁଁ ଖଟିଖିଆ ଦିନ ମଜୁରିଆ ମାନେ କାମକୁ ଯାଇ ପାରୁ ନାହାନ୍ତି । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଥିବା ବେଳେ କୁହୁଡି ଯୋଗୁଁ ମୁହଁକୁ ମୁହଁ ଦେଖାଯାଉନି । ଏଣୁ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଗରମ ପୋଷାକ , କମ୍ବଳ ଓ ସାଲ ପ୍ରଶାସନ ତରଫରୁ ଯୋଗାଇ ଦେବାପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault