ହେଡଲାଇନସ୍:

 ମଣ୍ଡିରେ ଗଜା ଧାନ, ତରଳୁନି ସରକାରଙ୍କ ମନ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଣ୍ଡିରେ ହଜାର ହଜାର ଧାନ ବସ୍ତା ଗଜା, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଥିବା ଯୋଗୁଁ ବିଭିନ୍ନ ଧାନ ମଣ୍ଡିରେ ପଡ଼ିରହିଛି ହଜାର ହଜାର ଧାନ ବସ୍ତା l କିଛି ଦିନ ତଳେ ପ୍ରବଳ ବର୍ଷା ହୋଇଥିବା ବେଳେ ଚାଷୀ ଧାନ ବିକ୍ରି କରିନପାରି  ମଣ୍ଡିରେ ପଡ଼ିରହିଥିଲା ଧାନ ଫଳରେ ହଜାର ହଜାର ଧାନ ବସ୍ତା ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି l ଚାଷୀଙ୍କ କହିବା ଅନୁଯାୟୀ ଚାଷୀ ଜୀବନକୁ ବାଜି ଲଗାଇ କେତେ କଷ୍ଟ କରି ଧାନ ଅମଳ କରିବାକୁ ପଡ଼ିଥାଏ l ବିଭିନ୍ନ ଜାଗାରୁ ଋଣ ଆଣି ଚାଷୀ ଚାଷ କାମରେ ଲଗାଇଥାଏ l ଅମଳ ପରେ ଧାନ ବିକି ଋଣ ଶୁଝିଥାଏ ଚାଷୀ  କିନ୍ତୁ  ଚାଷୀଙ୍କ ମୁଣ୍ଡରେ ଚଡ଼କ ମାରିବା ଭଳିଆ କରିଦେଇଛି ପ୍ରଶାସନ l ଧାନ  ନେଉନାହାନ୍ତି କି ଶୁଣୁନାହାନ୍ତି କେହି ଗଜା ଧାନକୁ ବିକିବେ କେମିତି ଋଣ ଶୁଝିବେ କେମିତି ତାହା ନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାଏକ ଉପଖଣ୍ଡ ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କର ସମସ୍ୟା ବୁଝିଥିଲେ l ପ୍ରଶାସନ କେମିତି ଚାଷୀଙ୍କ ସମସ୍ୟା କୁ ବୁଝିଶୁଝି କେମିତି ଧାନ ବିକି ପାରିବେ ତା ଉପରେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି l ମଣ୍ଡି ପରିଦର୍ଶନ ବେଳେ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

0
0
0
s2sdefault