ହେଡଲାଇନସ୍:

ପରଜଙ୍ଗ ବ୍ଲକ ୩ନମ୍ବର ଜିଲ୍ଲା ପରିଷଦ ଜୋନରେ ଉପ-ନିର୍ବାଚନୀ ଉଷ୍ମତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜେଡି ପକ୍ଷରୁ ପ୍ରଚାର ଜୋରଦାର, ଘରକୁ ଘର ବୁଲି ଚାଲିଛି ଭୋଟ ଭିକ୍ଷା

  •  ଦଳ ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ନୃସିଂହ- ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ 

ପରଜଙ୍ଗ (ଶାସକ ପ୍ରଶାସକ) : ପରଜଙ୍ଗ ବ୍ଲକର ୩ନମ୍ବର ଜୋନ ଜିଲ୍ଲା ପରିଷଦ ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀନି ମମତା ପାଣିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ  କରିବା ପାଇଁ ପ୍ରଚାରକୁ ଜୋର୍ ଦାର୍ କରିଛି ବିଜେଡି | ଏହି ପରିପେକ୍ଷିରେ ୩୪,୮୧୧ ଭୋଟର ଓ ୧୦୯ଟି ବୁଥ ବିଶିଷ୍ଟ ଏହି  ଜୋନର ଜନ୍ଦାରସିଂହା, ରେଂଠାପାଟ ଓ ସାଆନ୍ଦା ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଓ ଜିଲ୍ଲା ପର୍ଯ୍ୟବେକ୍ଷକ  ତଥା  ବିଜେଡି ରାଜ୍ୟ  ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ l  ଦଳ ପକ୍ଷରୁ ଆୟୋଜିତ ବିଭିନ୍ନ ୱାର୍ଡ଼ରେ ପ୍ରଥପ୍ରାନ୍ତ ସଭା କରି  ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ଵାରା ଲୋକମାନେ କିଭଲି ଉପକୃତ ହେଉଛନ୍ତି  ଏବଂ ଓଡିଶା ବିକାଶରେ  କେନ୍ଦ୍ରୀୟ ଅବିଚାର ଓ କ୍ରମାଗତ ଅବହେଲା କିଭଲି ବାଧକ ସାଜିଛି ସେ ସମ୍ପର୍କରେ ବୁଝାଉଛନ୍ତି l

ପ୍ରଥପ୍ରାନ୍ତ ସଭାରେ  ଲୋକଙ୍କ ଉପସ୍ଥିତ ଓ ଉତ୍ସାହରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଲୋକମାନଙ୍କ ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଥିବା ଭଲପାଇବା ଓ ଆନ୍ତରିକତା l ବିଶେଷ କରି ବିଜୁ ଜନତା ଦଳ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ  ଗ୍ରାମାଞ୍ଚଳର ମହିଳା ମାନେ ବେଶ ଉପକୃତ ହେଉଥିବାରୁ ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ମହିଳା ପ୍ରାର୍ଥୀ ମମତା ପାଣିଙ୍କ  ପ୍ରତି ମହିଳାମାନଙ୍କ  ସମର୍ଥନ ଓ ସହଯୋଗ ଉତ୍ସାହଜନକ ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି   l ପ୍ରଥପ୍ରାନ୍ତ ସଭା ଗୁଡିକରେ ବିଜେପିର ବହୁ ସଂଗଠକ ଓ କର୍ମୀ ବିଜେପି ଦଳକୁ ପ୍ରତ୍ୟାଖ୍ୟାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଏଜେଣ୍ଡାକୁ ସମର୍ଥନ ଜଣାଇ ବିଜେଡିରେ ସାମିଲ ହେବା  ନିର୍ବାଚନ ସମୟରେ ବିଜେଡିର  ଶକ୍ତି ବୃଦ୍ଧି ହେବାରେ ଲାଗିଛି l

0
0
0
s2sdefault