ହେଡଲାଇନସ୍:

ପୁଣିଥରେ ପ୍ରକାଶିତ ହେବ ସପ୍ତାହିକି  ଖବରକାଗଜ ବିନ୍ଧ୍ୟବାସିନୀ ଜ୍ୟୋତି : ବିଧାୟକ ଶ୍ରୀ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଇତି ମଧ୍ୟରେ ବିତିଗଲାଣି ଦୀର୍ଘ ପନ୍ଦର ବର୍ଷ । ପଦ୍ମପୁର ଉପଖଣ୍ଡର ଶାଣିତସ୍ୱର କୁହାଯାଉଥିବା ଲୋକପ୍ରିୟ ସପ୍ତାହିକି ଖବରକାଗଜ ବନ୍ଦ ହେବାର । ଅନେକ କାରଣ ଥିଲା ବନ୍ଦ ହେବାର କିନ୍ତୁ ଖୁସି ଖବର ଅତୀତରେ ପଦ୍ମପୁର ଅଂଚଳରୁ ପ୍ରକାଶିତ ହେଉଥିବା ଏହି ଖବର କାଗଜ ପୁଣିଥରେ ଖୁବଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ସମ୍ପୁର୍ଣ୍ଣ ଭାବରେ ନୂଆ ରୂପରେ । ଏହି ସୂଚନା ପ୍ରଦାନ କରିଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା । ଖବର ମାଧ୍ୟମରେ ପୂର୍ବରୁ ଯେଉଁଭଳି ଭାବରେ ଲୋକଙ୍କ ସେବାରେ ନିୟୋଜିତ ଥିଲା ବର୍ତ୍ତମାନ ପୁନର୍ବାର ପ୍ରକାଶିତ ହେବା ପରେ ସେହିଭଳି କିନ୍ତୁ ସମ୍ପୁର୍ଣ୍ଣ ଆଧୁନିକତାର ସହିତ ଲୋକଙ୍କ ସେବାରେ ନିୟୋଜିତ ହେବ ବିନ୍ଧ୍ୟବାସିନୀ ଜ୍ୟୋତି । ଖୁବଶୀଘ୍ର ବିଧିବଦ୍ଧ ଭାବରେ ସବୁକିଛି ଘୋଷଣା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ବିଧାୟକ ।

0
0
0
s2sdefault