ହେଡଲାଇନସ୍:

ମାଙ୍କ ପାଖରେ ଗୁହାରି କଲେ ବିସ୍ଥାପନ ଆଶଙ୍କିତ ପଡାବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣକୁନେଇ ବିସ୍ଥାପନ ହେବାକୁ ଥିବା ପଡାବାସୀଙ୍କ ମାଁଙ୍କୁ ପୂଜାର୍ଚ୍ଚନା ସହ ଆକୁଲ ନିବେଦନ।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): " ମାଆ ତୋର ପାହା ତଲେ ଦେବୁ ଗୋ ସରନ" ଏମିତି କୋହ ଆବେଗ ଭରା ସ୍ୱର ଶୁଣିବାକୁ ମିଳିଛି ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ବରୀ ମନ୍ଦିର ପରିସରରେ । ସମଲେଶ୍ବରୀ ମନ୍ଦିର ପରିସରକୁ  ପୁରୀ ଜଗନ୍ନାଥ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଡେଲ କରାଯିବା ସରକାରୀ ଯୋଜନା ପରେ ବିସ୍ଥାପିତ ହେବାକୁ ଥିବା କିଛି ଘୁନଘୁଟିପଡା ପଡ଼ାବାସୀ ଆଜି ମାଙ୍କୁ ଗୁହାରି କରିବା ପାଇଁ ଆସିଥିଲେ । ଦୀର୍ଘ ବର୍ଷ ଧରି  ମାଁ ର ପାଦ ତଳେ ରହିବା ସୌଭାଗ୍ୟ ପାଇଥିଲୁ ଯେଉଁଥିପାଇଁ ଆମେ ନିଜକୁ ଗର୍ବିତ ମନେ କରିଥିଲୁ ହେଲେ ଆଜି ମନ୍ଦିର ର ବିକାଶ ପାଇଁ ଦୂରକୁ ଚାଲି ଯିବାକୁ ପଡ଼ିବ , ତଥାପି ମନରେ ଦୁଃଖ ନାହିଁ କି ଅଵଶୋଷ ନାହିଁ କେବଳ ଗୋଟିଏ ଗୁହାରି ଯେଉଁଠି ବି ହେଉ ତୋ ପାଦତଳେ ଶରଣ ଦେବୁ ବୋଲି ଗୁହାରି କରିଛନ୍ତି ପଡ଼ାବାସୀ । ସମସ୍ତ ପୂଜା ସାମଗ୍ରୀ ହାତରେ ଧରି ଶତାଧିକ ମହିଳା ଓ ପୁରୁଷ ସମଲେଶ୍ବରୀ ମନ୍ଦିର ପହଂଚି ସେଠାରେ ସାମୁହିକ ପୂଜାର୍ଚ୍ଚନା କରି ମାଙ୍କୁ ଗୁହାରି କରିଛନ୍ତି ।

0
0
0
s2sdefault