ହେଡଲାଇନସ୍:

୨ୟ ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭଗତପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ୨ୟ ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।  ଫାଇନାଲ୍ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଯୋଗଦାନ କରି କ୍ରିକେଟ ଖେଲାଲି ଓ ଦର୍ଶକ ମାନଙ୍କୁ ଉତ୍ସାହିତ କରିବା ସହିତ ଛୁଆ ତଥା ଯୁବସମାଜକୁ କୁ ଖେଳର ଉପକାରୀତା ଓ ଆବଶ୍ୟକତା ବାବଦରେ କହିଥିଲେ । ନିଜେ ଜଣେ ଖେଳାଡି ହୋଇଥିବା କାରଣରୁ ଶରୀରକୁ ଖେଳ ମାଧ୍ୟମରେ ସୁସ୍ଥ ନିରୋଗ ରଖିବାର ଅନେକ ଉପାୟ ଉପସ୍ଥିତ ଯୁବସମାଜକୁ ବୁଝାଇଥିଲେ । ଶେଷରେ ଗ୍ରାମାଞ୍ଚଳର ଏହି ପ୍ରତିଯୋଗିତାର  ସମସ୍ତ ଆୟୋଜକ ସଦସ୍ୟ ବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ । ଫାଇନାଲ୍ ମ୍ୟାଚ୍ ଦହିଁଗା ଓ ମହୁଲପାଲି ଭିତରେ ହୋଇଥିଲା। ମହୁଲପାଲି ବିଜେତା ଦଳକୁ ଓ ଉପବିଜେତା ଦଳ ଙ୍କୁ ମାନ୍ୟବର ବିଧାୟକ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ ।

0
0
0
s2sdefault