ହେଡଲାଇନସ୍:

ଡାକ୍ତର ଭାବେ ନିଯୁକ୍ତି ପାଇ ଗାଙ୍ଗପୁର ଅଞ୍ଚଳ ପାଇଁ ଗୌରବ ଆଣିଲେ ସିଦ୍ଧାର୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏମବିବିଏସ୍ ଡ଼ାକ୍ତର ତଥା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରୂପେ ନିଯୁକ୍ତି ପାଇ ଗାଙ୍ଗପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଗାଙ୍ଗପୁର ଥାନା ତଥା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମର ସିଦ୍ଧାର୍ଥ ଶଙ୍କର ଶତପଥୀ I ସିଦ୍ଧାର୍ଥ ହେଉଛନ୍ତି ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ରଥ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର ଶତପଥୀଙ୍କ ଏକମାତ୍ର ସୁପୁତ୍ର I ସିଦ୍ଧାର୍ଥ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ଏମବିବିଏସ୍ ଡିଗ୍ରୀ ହାସଲ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଘୂ. ଉଦୟଗିରି ମେଡିକାଲ୍ ରେ ନିଯୁକ୍ତି ଦିଆଯାଇଛି I ନିଯୁକ୍ତି ପାଇବା ପରେ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେଇ ସ୍ୱାସ୍ଥ୍ୟ ସେବାରେ ନିଜକୁ ସମର୍ପିତ କରିବେ ବୋଲି ଡାକ୍ତର ସିଦ୍ଧାର୍ଥ ପ୍ରକାଶ କରିଛନ୍ତି I ନିଯୁକ୍ତି ପାଇବା ପରେ ଡାକ୍ତର ସିଦ୍ଧାର୍ଥ ଶଙ୍କର ଶତପଥୀଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି I ଏହା ସହିତ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଏବଂ କ୍ଷତ୍ରିୟବରପୁର ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି I

0
0
0
s2sdefault