ହେଡଲାଇନସ୍:

ରେଲୱେ ଠିକାଦାର ଙ୍କ ବେପରୁଆ ମନୋଭାବ, ନିଆଁ ଲାଗି ୧ ଏକର ଧାନ ଫସଲ ପୋଡି ନଷ୍ଟ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ଶାସନ ଥାନା ପରଧିଆପାଲି ଗ୍ରାମର ଚାଷୀ ଉପେନ୍ଦ୍ର ପ୍ରଧାନ ଛତରଗଡା଼  ମୌଜାରେ ଥିବା ୧ ଏକର ଜମିରେ ଧାନ ଚାଷ କରିଥିଲେ। ଆଜି ସକାଳୁ ଏକ ହାରଵେଷ୍ଟର ଧରି ଧାନ କାଟି ବାକୁ ଯିବା ବେଳକୁ ଉକ୍ତ ଜମିରେ ନିଆଁ ଲାଗି ଏହି ୧ ଏକର ଜମିର ଧାନ ଫସଲ ପୋଡି ପାଉଁଶ ହୋଇଯାଇଥିବା ଦେଖି ହତବାକ ହୋଇଯାଇଥିଲେ । ନିଆଁ କେମିତି ଲାଗିଲା କାରଣ ଖୋଜୁ ଖୋଜୁ ଜଣାପଡିଛି ଯେ ସର୍ଲା -ଶାସନ ରେଳ ଲାଇନ କଡରେ ମରାମତି କାମ କରୁଥିଲେ ଜଣେ ରେଲୱେ ଠିକାଦାର l ଗତ ଶୁକ୍ରବାର ଦିନ ନିଆଁ ଲଗାଇ ପଳାଇ ଯାଇଥିଲେ l ତେବେ ନିଆଁ ନିକଟସ୍ଥ ଉପେନ୍ଦ୍ର ପ୍ରଧାନ ଙ୍କ ଅମଳକ୍ଷମ ଧାନ କ୍ଷେତ ରେ ଲାଗି ଯାଇଥିଲା l ତେବେ ରେଲୱେ ଠିକାଦାର ଙ୍କ ବେପରୁଆ ମନୋଭାବ ଯୋଗୁଁ ଧାନ ଫସଲ ପୋଡି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l ଏ ସଂକ୍ରାନ୍ତରେ ଶାସନ ଥାନା ରେ ଚାଷୀ ଉପେନ୍ଦ୍ର ପ୍ରଧାନ ଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜ୍ଜୁ ହୋଇଛି l ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସରଜମିନ ତଦନ୍ତ କରି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।

 

0
0
0
s2sdefault