ହେଡଲାଇନସ୍:

 ବିଶ୍ବ ଏଡ୍ସ ଦିବସ ଉପଲକ୍ଷେ ବେଦାନ୍ତ ଲାଞ୍ଜିଗଡ ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଞ୍ଜିଗଡ଼/ଶାସକ ପ୍ରଶାସକ : ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ବିଶ୍ବ ଏଡ୍ସ ଦିବସ ପାଳନ ଅବସରରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିI  କଳାହାଣ୍ଡି ତଥା ରାୟଗଡା ଜିଲ୍ଲାର ୫୦ଟି ନନ୍ଦ ଘର ମାନଙ୍କରେ କ୍ଲଷ୍ଟର- ସମନ୍ଵୟକମାନେ ୪୦୦ ଜଣ ମହିଳା ହିତାଧିକାରୀ ତଥା ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ସହିତ  ଏଚ.ଆଇ.ଭି ଏବଂ ଏଡ୍ସ ରୋଗର ଲକ୍ଷଣ, ବ୍ୟାପକ-ମାଧ୍ୟମ ତଥା ରୋଗର ବ୍ୟାପକତାକୁ ରୋକିବା ନେଇ ବ୍ୟବହୃତ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇ ବିଶଦ ଆଲୋଚନା କରିଥିଲେ I ଏହି ଅବସରରେ ୧୦ଟି ନନ୍ଦ ଘର ମାନଙ୍କରେ କୋଭିଡ-୧୯ର ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଆଲୋଚନା ଚକ୍ର ଆୟୋଜିତ ହୋଇଥିବା ବେଳେ ଅନ୍ୟ ୪୦ଟି ନନ୍ଦ ଘରଠାରେ ହିତାଧିକାରୀମାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲି ଆୟୋଜିତ ହୋଇଥିଲା I

           ଏହି ପରିପ୍ରେକ୍ଷୀରେ ବେଦାନ୍ତ ଲାଞ୍ଜିଗଡର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ ବେଦାନ୍ତ ସର୍ବଦା ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟରତ ରହିଛି I ପ୍ରତିଷ୍ଠା ହେବା ଦିନଠାରୁ ଅଞ୍ଚଳରେ ଗୋଷ୍ଠୀ ସମୁଦାୟଙ୍କ ପାଇଁ ବେଦାନ୍ତ ହସ୍ପିଟାଲ ତଥା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ( ଏମ.ଏଚ.ୟୁ ) ସହାୟତାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ସହିତ ଅଞ୍ଚଳର ବିକାଶ ନେଇ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛି I ସାମ୍ପ୍ରତିକ ପରିସ୍ଥିତିରେ ଏଚ.ଆଇ.ଭି ଏବଂ ଏଡ୍ସ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ବିଶ୍ବ ଏଡ୍ସ ଦିବସ ଉପଲକ୍ଷେ କମ୍ପାନୀ ଗୋଷ୍ଠୀ ସମୂହଙ୍କ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯାହାକି ହିତାଧିକାରୀଙ୍କ ପାଇଁ ବେଶ ଲାଭଦାୟକ ହୋଇପାରିବ I ଏତାଦୃଶ ସଚେତନତା କାର୍ଯ୍ୟକ୍ରମମାନ କମ୍ପାନୀ ଆଗକୁ ମଧ୍ୟ ଜାରି ରଖିବ, ବୋଲି ସେ କହିଥିଲେ I

                     ବେଦାନ୍ତର ଏତାଦୃଶ କାର୍ଯ୍ୟକ୍ରମର ପ୍ରଶଂସା କରି  ଅମ୍ବାଦୋଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଜାନକୀ ପ୍ରସକକା କହିଛନ୍ତି ଯେ ଏଚ.ଆଇ.ଭି ଏବଂ ଏଡ୍ସ ରୋଗ ନେଇ ସେମାନଙ୍କ ସୀମିତ ଜ୍ଞାନ ଥିବାବେଳେ ବେଦାନ୍ତ ଦ୍ୱାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ସେମାନେ ବହୁତ କିଛି ଜାଣିବାକୁ ପାଇଲେ I ଏହାର କାରଣ ତଥା ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେଇ କମ୍ପାନୀ ଦ୍ୱାରା ଆୟୋଜିତ ଏହି ଜନ ସଚେତନତା କାର୍ଯ୍ୟକ୍ରମ ପାଇଁ ସେମାନେ ବେଦାନ୍ତକୁ ଧନ୍ୟବାଦ ଦେଇଛନ୍ତି I

           ବେଦାନ୍ତର ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପରିଛନତା, ଜୈବ-ନିବେଶ ତଥା ଗୋଷ୍ଠୀ ଭିତ୍ତିଭୂମି ନେଇ ବିଭିନ୍ନ ସାମାଜିକ ପଦକ୍ଷେପ ଅଞ୍ଚଳର ୫୯ଟି ଗ୍ରାମରେ ପହଞ୍ଚିବା ସହିତ ବାର୍ଷିକ ୧ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ଲାଭାନ୍ବିତ ହୋଇପାରୁଛନ୍ତି I ୩୦୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦୦ଜଣ ମହିଳାଙ୍କୁ ଆତ୍ମନିର୍ଭର କରିବା, ୬୦୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁବିଧା, ୨୮୦୦ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଗୁଣବତ୍ତା ମୂଳକ ଶିକ୍ଷା ବ୍ୟବସ୍ଥା, ଅଞ୍ଚଳର ୫.୪ଲକ୍ଷ ବୃକ୍ଷରୋପଣ ତଥା ୫୦୦ରୁ ଉର୍ଦ୍ଧ୍ବ ଭିତ୍ତିଭୂମି ବିକାଶ ଦ୍ୱାରା ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶଧାରା ତ୍ୱରାନ୍ୱିତ ହୋଇପାରିଛି I

ବେଦାନ୍ତ, ଭାରତର ବୃହତ୍ତମ ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦକ ହୋଇଥିବାବେଳେ ୨୦୦୭ ପରଠାରୁ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ସହ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟରେ ନିଜସ୍ୱ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି I

0
0
0
s2sdefault