ହେଡଲାଇନସ୍:

ରାଧାକୃଷ୍ଣ ସଂସ୍କୃତ ସମାଜ ପକ୍ଷରୁ ୩୪ ତମ ରାହାସ ଉତ୍ସବ ଉଦଯାପିତ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ/ ଅନିଲ ପୃଷ୍ଟି  ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ କଲିନ୍ଦର୍ ଠାରେ ରାଧାକୃଷ୍ଣ ସଂସ୍କୃତ ସାଂସଦ ପକ୍ଷରୁ ୩୪ ତମ ରାହାସ ଉତ୍ସବ ପାଳିତ ହୋଇଯାଇଛି , ଶୁକ୍ଲପକ୍ଷ ଦଶମିରୁ ଆରମ୍ଭ ହୋଇ ପାଞ୍ଚଦିନ ନିରାଡମ୍ବର ଭାବରେ ପାଳିତ ହେବାପରେ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ଣ୍ଣାହୁତି ପଡ଼ିଛି । ଏବର୍ଷ କୋରାନ କଟକଣା ନିୟମ ଅନୁସାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇନଥିବା କହିଛନ୍ତି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତରୁଣ କୁମାର ମହାନ୍ତି । ଏବର୍ଷ କର୍ତ୍ତାଭବରେ ଜଗବନ୍ଧୁ ପ୍ରଧାନ ଓ ତାଙ୍କ ସପତ୍ନିକ ହୋମରେ ବସିଥିବା ବେଳେ ପୂଜକ ଜୟକୃଷ୍ଣ ଶାସିନି ପୂଜା କରିଥିଲେ , ଅନୁଷ୍ଠାନର ସ୍ଥାୟୀ ସଭାପତି ଶିବପ୍ରସାଦ ପ୍ରଧାନ , କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ , ପୂର୍ବତନ କାଉନସଲର ଲାକ୍ଷ୍ମଣ ପ୍ରଧାନ , ଅନୁଷ୍ଠାନର ସଭ୍ୟ ବଶିଷ୍ଠ କୁମାର ମହାନ୍ତି , ପ୍ରତାପ କୁମାର ସାହୁ , ଆଲୋକ ମହରଥା , ପଞ୍ଚାନନ ପ୍ରଧାନ , ରବିନାରାୟଣ ପ୍ରଧାନ , ପରମେଶ୍ଵର ସାହୁ , ଶିବ ପ୍ରସାଦ ପନିକର୍ , ନରେନ୍ଦ୍ର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault