ହେଡଲାଇନସ୍:

ରାଜ୍ୟ ସରକାରଙ୍କର ଆଦେଶକୁ ମାନୁନାହାଁନ୍ତି ଜିଲ୍ଲାପାଳ, ଅଭିଯୋଗ କଲେ ହୀରାକୁଦ ବିସ୍ଥାପିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ରାଜ୍ୟ ସରକାର ଙ୍କର ଆଦେଶ କୁ ମାନୁନାହାଁନ୍ତି ଜିଲ୍ଲାପାଳ।ଅଭିଯୋଗ କଲେ ହୀରାକୁଦ ବିସ୍ଥାପିତ।ଦୀର୍ଘ 65 ବର୍ଷ ହେବ ହୀରାକୁଦ ନଦୀବନ୍ଧ ରୁ ବିସ୍ଥାପିତ ହୋଇଥିଲେ ଶହ ଶହ ପରିବାର।ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ନା ଦେଇଛନ୍ତି କ୍ଷତି ପୂରଣ, ନା ଦେଇଛନ୍ତି ବାସ। ଏନେଇ ପୁଣି ଥରେ ପ୍ରସାସନିକ ନିସ୍କିୟତାର ପ୍ରତିବାଦରେ ଧାରଣା ଦେବା ସହ ଆନ୍ଦୋଳନ ଆରମ୍ଭ କରିଛନ୍ତି ହିରାକୁଦ ବିସ୍ଥାପିତ ।

 ହିରାକୁଦ ନଦିବନ୍ଧ ଯୋଜନା ର ବିସ୍ଥାପିତ ପରିବାର ଙ୍କୁ ଆଉ କେବେ ମିଲିବ କ୍ଷତିପୂରଣ , ବର୍ଷ ବର୍ଷ ଧରି କ୍ଷତିପୂରଣ ପାଇଁ ସରକାରୀ ବାବୁ ଙ୍କ ନିକଟରେ ଅଭିଯୋଗ କରିବା ପରେ ବି ମୁଲୁନି ବିସ୍ଥାପିତ ଙ୍କୁ କ୍ଷତିପୂରଣ । ଜିଲ୍ଲା ପ୍ରସାସନ ର ସରକାରୀ ବାବୁଙ୍କ ଫାଇଲ ଭିତରେ ଚାପି ହୋଇ ରହିଛି ଯାଇଛି ହୀରାକୁଦ ବିସ୍ଥାପିତ ଲୋକଙ୍କ କ୍ଷତିପୂରଣ ପ୍ରଦାନପାଇଁ ଆସିଥିବା ନିଦ୍ଦେର୍ଶ ନାମାର ଫାଇଲ  । ଏପରି କିଛି ଅଭିଯୋଗ କରି ଧାରଣ ଦେବା ସହ ପ୍ରତିବାଦ କରିଛି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି । ହିରାକୁଦ ନଦୀବନ୍ଧ ଦ୍ୱାରା ବିସ୍ଥାପିତ ହେବାର ପାଖାପାଖି ୭୦ ବର୍ଷ ହୋଇଗଲାଣି । ନା ମିଲୁଛି ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ନା ମିଲୁଛି ଜମି ପଟ୍ଟା । ଏନେଇ ବାରମ୍ବାର ଭୁବନେଶ୍ୱର ସମ୍ବଲପୁର ଦୈଡି ଦୈଡି ନୟାନ୍ତ ହୋଇଥିବା କହିଥିଲେ ବିସ୍ଥାପିତ। ।2002 ମସିହାରେ ରାଜ୍ୟ ସରକାର ସମସ୍ତ ହୀରାକୁଦ ବିସ୍ଥାପିତ ଙ୍କୁ ଜମି ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରିଥିବା ବେଳେ ଜିଲ୍ଲା ପ୍ରଶାସନ ର ଅବହେଳା କାରଣରୁ ଆଜି ପର୍ଯ୍ୟନ୍ତ ଜମି ପାଇବାରୁ ବଞ୍ଚିତ ରହିଛନ୍ତି ହୀରାକୁଦ ବିସ୍ଥାପିତ।

ଦୀର୍ଘ 18 ବର୍ଷ ହେବ ହୀରାକୁଦ ବିସ୍ଥାପିତ ସମ୍ବଲପୁର ଜିଲ୍ଲାପାଳ ଙ୍କ ପାଖକୁ  ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ମଧ୍ୟ କୌଣସି ସୁଫଳ ନ ବାହାରିବା କାରଣରୁ ପୁଣି ଥରେ  ଆସି RDC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ରେ ଦାବିପତ୍ର ପ୍ରଦାନ କରିଛନ୍ତି।ମୁଖ୍ୟତଃ ତାଙ୍କର ଦାବି ରହିଛି 10 ଡ଼ିସିମିଲ ଜାଗା ବିସ୍ଥାପିତ ମାନଙ୍କୁ ପ୍ରଦାନ କରାଯାଉ।ଜିଲ୍ଲାପାଳ ଏବଂ ତହସିଲଦାର ମାନଙ୍କ କାରଣରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ମିଲିଥିବା ଜାଗା ମଧ୍ୟ ସେମାନେ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।ତୁରନ୍ତ ଏ ବାବଦରେ ନିଷ୍ପତ୍ତି ଗ୍ରହଣ କରାଯାଉ ଏବଂ ତାଙ୍କୁ ଜାଗା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ ବୋଲି ସେମାନେ ଦାବି ଜଣାଇଛନ୍ତି।

ହିରାକୁଦ ବୃହତ୍ତର ନଦିବନ୍ଧରେ ୨୫୦୦୦ ରୁ ଉର୍ଦ୍ଧ ପରିବାର ବିସ୍ଥାପିତ ହୋଇଥିବା ବେଲେ ଏବେ ଯାଏ ୨୦୦୦ ଲୋକଙ୍କୁ କ୍ଷତିପୂରଣ ମିଲିଥିବା କହିଛି ବିସ୍ଥାପିତ ସମିତି  । ତେବେ ମୋଟ ୩୨୫ ବିସ୍ଥାପିତ ଗ୍ରାମର ସବୁ ଲୋକଙ୍କୁ କ୍ଷତିପୂରଣ ନମିଲିବା ପର୍ଯ୍ୟନ୍ତ ଲଡେଇ ଯାରି ରହିବ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଚେତାବନୀ ଦେଇଛି l 

        

0
0
0
s2sdefault